ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ

0

ସୋହେଲା :- (ସୁଧୀର ତ୍ରିପାଠୀ ) ସୋହେଲା ବ୍ଲକ୍ ଡୁମ୍ବେରପାଲି ପଂଚାୟତ ଅନ୍ତର୍ଗତ ବଞ୍ଜାରି ଗ୍ରାମରେ ଆୟୋଜିତ ପ୍ରଥମ ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା ଓ ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା ମିଳିତ ବିଜେତା ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ସଭାରେ ସଭାପତିତ୍ବ କରିଥିଲେ ଗ୍ରାମର ବଜ୍ୟୋଷ୍ଠ ତଥା ଅବସପ୍ରାପ୍ତ ଶିକ୍ଷକ ଶ୍ରୀ କୁଞ୍ଜବନ ପାତ୍ର, ଅତିଥି ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ଆଇ ଟି କୋଡ଼ିନେଟର ଶ୍ରୀ ସୁରେଶ ବାଗ, ଅନ୍ୟତମ ଅତିଥି ଜିଲ୍ଲା ଯୁବ ସମ୍ପାଦକ ଶ୍ରୀ ନିଲୁ ଝାକର ଓ ଗ୍ରାମର ଆୟୋଜକ ମଣ୍ଡଳୀ ଉପସ୍ଥିତ ରହି ସଫଳତା ପୂର୍ବକ ସମାପନ କରିଥିଲେ।

Leave A Reply

Your email address will not be published.