୧୭ବର୍ଷୀୟ  ପୁଅ ନିଖୋଜ ମାମଲା ଥାନାରେ।

0 1

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଗ୍ରାମର ରତ୍ନୀ ମାଝୀଙ୍କ ୧୭ ବର୍ଷିଆ ପୁଅ ବାସୁ ମାଝୀ କୁଆଡେ଼ ନିଖୋଜ ହୋଇଯାଇଛି। ଆଜିକୁ  ୪ ମାସ ହେବ କୌଣସି ଖୋଜ୍ ଖବର ମିଳି ପାରିନାହିଁ। ସୂଚନା ଅନୁଯାୟୀ  ଗତ ୨୦୨୦ ଡିସେମ୍ବର ମାସ ୨୧ ତାରିଖରେ ସେହି ଗ୍ରାମର  ସନ୍ତୋଷ ଶବର ନାମକ ବ୍ୟକ୍ତି ନିଖୋଜ୍ ହୋଇଥିବା ୧୭ ବର୍ଷିଆ ବାସୁ ମାଝୀକୁ ଧାନ ଚୋରି କଲୁ କହିଁ ବାଡା ପିଟା କରି ଜୀବନରେ ମାରିଦେବା ଧମକ ଦେଇଥିଲା | ତା ଆରଦିନ  ନିଖୋଜ ହୋଇଥିବା।ନିଖୋଜପରେ  ବିଶ୍ଵନାଥ ପଧାନୀ  “ତୋ ପୁଅକୁ ଆଉ ପାଇ ପାରିବୁ ନାହିଁ”  ବୋଲି କହିଥିବା ଜୁନାଗଡ଼ ଥାନା ରେ ଅଭିଯୋଗ ହେଇଛି। 

ଅଭିଯୋଗ ଆଧାରରେ  IPC1860 ଧାରା 363,294,323,506,୩୪ରେ ମାମଲା ରୁଜୁ କରି  ସନ୍ତୋଷ ଶବର ଏବଂ ବିଶ୍ୱନାଥ ପଧାନୀ ଙ୍କୁ ପୋଲିସ୍ ଡାକି ପଚରା ଉଚୁରା କରି ତଦନ୍ତ ଜାରିରଖିଥିବା  ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.