ନୂଆପଡା(ଅମିତ ପୁରୋହିତ)- ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କ୍ରୀଷ୍ଣା ଛକ ନିକଟରେ ଏକ ପିକପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ ବିଲେଞ୍ଜର ଗ୍ରାମରୁ ବିବାହିତ କନ୍ୟାକୁ ଛାଡିବାକୁ ଗୋଟିଏ ପିକପ ଭ୍ୟାନରେ ୩୦ ଜଣ ଯାଉଥିଲେ । ଦୁର୍ଭାଗ୍ୟ ବଶତଃ ଭାରସାମ୍ୟ ହରାଇ ଭ୍ୟାନ ଟି ୩୫୩ ଜାତୀୟ ରାଜପଥ କ୍ରୀଷ୍ଣା ଛକ ନିକଟରେ ଓଲଟି ପଡିଥିଲା । ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ହେମା ନିଆଲ(୭୦) ଓ କୋଶଲ୍ୟା ନିଆଲ । ଆହତ ମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ୨୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post