ପିସି ବେହେରା ଆନ୍ତଃ ଜିଲ୍ଲା ସିନିୟର ମହିଳା ଫୁଟବଲ: ଅନୁଗୁଳ ଓ ମୟୁରଭଞ୍ଜ ବିଜୟୀ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ପି ସି ବେହେରା ସିନିୟର ମହିଳା ଫୁଟବଲ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଅନୁଗୁଳ ଓ ମୟୂରଭଞ୍ଜ ଦଳ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଅନୁଗୁଳ ଦଳ ସୁନ୍ଦରଗଡ଼ ଦଳକୁ ୩-୦ ଗୋଲରେ ପରାସ୍ତ କରିଛି । ଅନୁଗୁଳ ପକ୍ଷରୁ ଗାୟତ୍ରୀ ବେହେରା ୨ ଟି ଗୋଲ ସ୍କୋର କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଓ ବରଗଡ ମଧ୍ୟରେ ହୋଇଥିବା ମ୍ୟାଚରେ ମୟୁର ଦଳ ୬-୨ ଗୋଲରେ ବିଜୟୀ ହୋଇଛି । ୨ଟି ଗୋଲ ସ୍କୋର କରି ମୟୂରଭଞ୍ଜର ଇତିଶ୍ରୀ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି । ଆଜିର  ମ୍ୟାଚ ଗୁଡିକରେ ଏଡିଏମ ଲିଲି କୁଲୁ, ରେଲବାଇର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ମନିଶ ଗୁପ୍ତା, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘର ସଂପାଦକ ତାପସ ରାୟ ଚୌଧୁରୀ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ଅଧୁକାରୀ ସୁଶୀଲ ମିଶ୍ର, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂଘର କାର୍ଯ୍ୟକରୀ । ସଭାପତି ବିଜୟ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.