ଘରପୋଡି ସର୍ବସାନ୍ତ ହୋଇଗଲା ହେମସଗାରଙ୍କର ପରିବାର

0 2

ବରଗଡ :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉଁସେନ ପଞ୍ଚାୟତର ଝାଳପାଳି ଗ୍ରାମରେ ଆଜି ଦୀପହରେ ହେମସଗାର ବାରିହାଙ୍କର ଘରରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ହେମସଗାରଙ୍କର ସମ୍ପୂର୍ଣ୍ଣ ଘରପୋଡିଯାଇ ପାଉଁଶ ଗଦାରେ ପରିଣତ ହୋଇଯାଇଥିଲା । ନିଆଁ ଲାଗିବାର ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଲେ ନିଆଁ ପ୍ରକୋପ ରୁ ରକ୍ଷା କରି ପାରିନଥିଲେ ହେମସଗାର ଙ୍କର ଘର । ଏହି ନିଆଁରେ ହେମସଗାର ଙ୍କର ଘରେଥିବା ସମସ୍ତ ଅସବାଵ , ଖାଦ୍ୟ ସାମଗ୍ରୀ , କପଡା, ଆବଶ୍ୟକୀୟ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାର ଖବର ପାଇବା ପରେ ବିଜେପୁର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା ତୁରନ୍ତ ଘଟଣା ସ୍ଥଳକୁ ପହଂଛି ପ୍ରାଥମିକ ଅନୁଧ୍ୟାନ କରିବା ପରେ ପୀଡିତ ହେମସଗାର ଙ୍କୁ ତିନିହଜାର ଆଠ ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପଲିଥିନ ଦେଇଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କର ରିପୋର୍ଟ ଆସିଲା ପରେ ପୀଡିତ ପରିବାରକୁ ସରକାରଙ୍କର ନିୟମ ମୁତାବକ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ତହସିଲଦାର ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ହେମସଗାର ବରିହା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଘରପୋଡିରେ ସେ ଶର୍ବସାନ୍ତ ହୋଇ ପଡିଛନ୍ତି ।ବର୍ତମାନ ତାଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.