ଯୁବ ଓ ଛାତ୍ର ଜନତା ଦଳପକ୍ଷରୁ ବିରାଟ ସମାବେଶ ।

0 2

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଦିଏନକେ ପଡିଆ ଠାରେ ଜିଲ୍ଲା ବିଜୁ-ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମାଲକାନଗିରି ଯୁବ ଜନତା ଦଳର ସଭାପତି ଆଡ଼ମା ରାବା ଓ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା ଙ୍କ ନେତୃତ୍ୱରେ ଏକ ବିଶାଳ ଯୁବ -ଛାତ୍ର ନେତୃତ୍ୱ ସମ୍ମିଳନୀ ବହୁ ଆଡମ୍ବର ସହିତ ପାଳିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୁବ ସଂଗଠନ ଦାୟିତ୍ୱ ରେ ଥିବା  ପ୍ରଣବ ବଲବନ୍ତ ରାୟ,ଚାନ୍ଦବାଲି ବିଧାୟକ ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ,ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅବିନାଶ ଠାକୁର, କଟକ ସଦର ବିଧାୟକ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଭଦ୍ରକ ବିଧାୟକ ସୌମ୍ୟରଂଜନ ମଲ୍ଲିକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ବିଜୁ ଯୁବ ଜନତା ଦଳର ସଭାପତି ତାପସ ତ୍ରିପାଠୀ,ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ସମେତ ଜିଲ୍ଲାର ସାତଟି ବ୍ଲକ ବାଲିମେଳା ଏନଏସି ଓ ମାଲକାନଗିରି ପୋୖରପାଳିକ ବହୁ ସଂଖ୍ୟାରେ କର୍ମୀ ଓ ସାଧାରଣ ଜନତା ଯୋଗଦେଇ  ଥିଲେ । ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା କୁ ଆଗେଇ ନେବାକୁ ଶପଥ ନେଇଥିଲେ ।

Leave A Reply

Your email address will not be published.