ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପାଇଁ ଦାବି।

0 2

ଟିଟିଲାଗଡ, (ଗୌରବ ଦର୍ଜୀ):ଟିଟିଲାଗଡରେ ପାଇଁ କିଛି ଦିନ ମଧ୍ୟରେ ଅନେକ ସଡକ ଦୁର୍ଘଟଣା ଘଟିଛି। ଏମିତିକି ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ବୋଲେରୋ ପିକ ଅପ୍ ଗାଡ଼ି ମାଡ଼ିଯିବାରୁ ଅନେକ ଲୋକ ଆଘାତ ହେବା ସହ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଥିଲା। ମୃତ ବୃଦ୍ଧା ଜଣକ (ଇଚ୍ଛା ବାଗ , ବୟସ – ୭୦)  ଅନ୍ୟ ଘରେ କାମ କରି  ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ପରିବାର ରେ ତାଙ୍କ ର ଦୁଇଟି ଛୋଟ ଛୋଟ ନାତୁଣୀ ଓ ଗୋଟିଏ ଛୋଟ ନାତି ଥିବା ବେଳେ ଆୟ ର ଅନ୍ୟ କୌଣସି ମାଧ୍ୟମ ନାହିଁ। ତେଣୁ ଟିଟିଲାଗଡ ଭାଜପା ଓ ନାରୀ-ଦ ଭଏସ ଅଫ ଓମେନ୍ ତରଫରୁ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡ଼ିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେହି ସମୟ ରେ ଭାଜପା ର ଆଲୋକ ନାୟକ, ନରସିଂହ ସିଂ, ରାଜ ନାୟକ , ନାରୀ ର ଅଞ୍ଜଳି ବେହେରା,  ସୁଜାତା ଖୋସଲା ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.