ବାଇକ ଦୁର୍ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁତର ଆହତ।

0 2

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ  ତଥା ରେଢ଼ାଖୋଲ- ନାକଟିଦେଉଳ ରାସ୍ତାର ଡିମିରିକୁଦା  ଗ୍ରାମ ନିକଟରେ   ଆଜି ଅପରାହ୍ନରେ ବାଇକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପୂର୍ବତନ  ଅଧ୍ୟକ୍ଷ ସୁଦର୍ଶନ ସାହୁ ଗୁରୁତର ଆହତ ହୋଇଛନ୍ତି।ଘଟଣା ସ୍ଥଳରୁ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରା ଯାଇଥିଲା।ମାତ୍ର ତାଙ୍କ ଗୋଡ, ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସମ୍ବଲପୁର ଡାକ୍ତରଖାନାକୁ ପଠା ଯାଇଛି। ସେ ରେଢ଼ାଖୋଲ ବ୍ଲକ ମୋଚିବାହଳ ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ବାଇକରେ ଫେରୁଥିବା ବେଳେ ସାମ୍ନା ପଟରୁ ଏକ ଗାଈ ତୀବ୍ର ବେଗରେ ମାଡି ଆସି ଧକ୍କା ଦେବାରୁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହେବାରୁ  ସେ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.