ମାଓ ଭୟରେ ଭିଟାମାଟି ଛାଡ଼ିଲେ ୮୫ ଉର୍ଦ୍ଧ୍ବ ଗ୍ରାମବାସୀ

0 2

ଖବର ପାଇ ଲୋକଙ୍କ ପାଖରେ ପହଁଚିଲା ପ୍ରଶାସନ l

  ଚିତ୍ରକୋଣ୍ଡା:-(ବି ଶ୍ରୀନିବାସ ପାତ୍ର)- ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା,ବିହନଗୁଡ଼ି ,ଖାଲପଦର ,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ, ତାଲପଦର ,ଦୁଡ଼ମାଗୁଡା, ପଳାସପଦର ,ଡଲିଅମ୍ବ, ମୁତାମ୍ବ, ଗମେଲପୁଟ ,ଡ଼ଙ୍ଗରପଦର ,ଦୋରାଗୁଡା ମାଓ ଭୟ ଏବଂ କାମ ଧନ୍ଦା ଅଭାବରୁ ଭିଟାମାଟି ଛାଡିଲେ 85 ରୁ ଉର୍ଦ୍ଧ ଲୋକ l ଗାଁ ଛାଡ଼ି ଦୁଇ ଦିନ ହେଲା ଚିତ୍ରକୋଣ୍ଡା ରାଜଲକୋଣ୍ଡା ନିକଟସ୍ଥ ବଡ଼ଫାର୍ମ ପାଖ ଜଙ୍ଗଲରେ ଅସ୍ଥାୟୀ ଭାବରେ ଜରି ବାନ୍ଧି ରହିଥିଲେ l  ଉକ୍ତ ସରକାରୀ ଜମି ମାନଙ୍କରେ ରାଜଲ କୋଣ୍ଡା ଗ୍ରାମବାସି ମାନେ ଆଗରୁ ଚାଷବାସ କରୁଥିଲେ ଉକ୍ତ ଜମି ଜାଗା ଉପରେ ସେମାନେ ଆସି ରହିଥିବାରୁ  ରାଜଲକୋଣ୍ଡା ଗ୍ରାମବାସି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ଥିଲେ l ଉକ୍ତ ଖବର ପ୍ରଶାସନ ପାଖରେ ନଥିଲା ଏହି  ସମସ୍ୟା ଖବର ରାଜଲକୋଣ୍ଡା ଗ୍ରାମବାସି ଜଣାଇବା ପରେ  ଖବର ପାଇ  ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଥଇଥାନ କରିବା ପାଇଁ ତାଙ୍କ ପାଖରେ ପହଁଚିଛନ୍ତି ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ପୋଲିସ ପ୍ରଶାସନ l ବିସ୍ଥାପିତ ଗ୍ରାମ ବାସି ଲୋକ ଙ୍କ ସହ ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି l

Leave A Reply

Your email address will not be published.