ଅଭାବୀ ଧାନ ବିକ୍ରିକୁ ନେଇ ରାଜ୍ୟ ସରକାର ଉପରେ ଦୋଷ ଲଦିଲେ ବିରୋଧୀ ଦଳ ନେତା

0 2

କଳାହାଣ୍ଡି/ତୁଳମଣି ନାଗ( ଶାସକ ପ୍ରଶାସକ) : ଜିଲ୍ଲାରେ ଅଭାବୀ ଧାନ ବିକ୍ରି ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡିରହିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ିଛି । ଏନେଇ ରାଜ୍ୟ ବିଜେପି  ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଭବାନୀପାଟଣା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଆଗାମୀ ଦିନରେ ଚାଷୀ ଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ନାଏକ ରାଜ୍ୟ ସରକାରଙ୍କ ନୀତିର ଦୃଢ଼ ସମାଲୋଚନା କରି ଅଭାବୀ ଧାନ ବିକ୍ରି ସରକାରଙ୍କ ଅପାରଗତା ଓ ମନୋମୁଖୀ ଶାସନର ନମୂନା ବୋଲି କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ଆଜି ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି। 

ତେବେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କାଦୁଆ ଫିଙ୍ଗା ନୀତି ଯୋଗୁଁ ଚାଷୀ ପେଷି ହୋଇ ଯାଉଥିବା ପରିତାପର ବିଷୟ ବୋଲି ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିରୋଧୀ ଦଳ ନେତା ଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତା ରାଣୀ ସାହୁ, ବିଜେପି ଜିଲ୍ଲା ଅଧ୍ୟକ୍ଷ ଦେବେନ୍ଦ୍ର ମହାନ୍ତି,  ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ପୋଢ଼,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ଙ୍କ ସମେତ ଭାନୁପ୍ରକାଶ ରଥ ପ୍ରାଣକିଶୋର ପଣ୍ଡା ଉପସ୍ଥିତ ଥିଲେ।

Leave A Reply

Your email address will not be published.