ବେଲ କର ଜଙ୍ଗଲ ରେ ସନ୍ଦେହଜନକ ଭାବେ ଯୁବକର ମୃତଦେହ ଉଦ୍ଧାର।

0 2

କଳାହାଣ୍ଡି/ ତୁଳମଣି ନାଗ(ଶାସକ ପ୍ରଶାସକ):  ଜୟପାଟଣା ଥାନା ବେଳକର ଜଙ୍ଗଲରେ ଏକ ଯୁବକ ମୃତ ଦେହ ପୋଲିସ ଠାବ କରିଛି।ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମୃତ ଦେହ ନିକଟରେ ଏକ ଦେଶୀ ବନ୍ଧୁକ ପଡିରହିଛି ।ହେଲେ  ଘଟଣାର ବର୍ତ୍ତମାନ ଯାଏ ସନ୍ଧେହ ଘେର ରେ ରହିଛି।ଅଧିକ ତଦନ୍ତ ପାଇଁ ଧର୍ମଗଡ଼ ଉପଖଣ୍ଡିଅ ପୋଲିସ ଅଧିକାରୀ ପହଂଚି ସାଇଫିଣ୍ଟିକ ଟିମ ସହାୟତା ରେ ତଦନ୍ତ ଜାରି ରଖିଛନ୍ତି।ସୂଚନା ଅନୁସାରେ ମଙ୍ଗଳବାର ଦିନ ୧୦ଟା ରେ ସବିଗୁଡା ଗାଁ ର ସୁରେନ୍ଦ୍ର ରାଉତ ତାଙ୍କ ଚାରି ସାଙ୍ଗ  ସେଇ ଗାଁ ର ମହେତ ପୁଝାରୀ, ଯୁବରାଜ ପୁଝାରୀ, ଶିଶିର ରାଉତ ଓ ଅନ୍ୟ ଜଣେ ସୁପାଡ଼ ଗ୍ରାମର ଭୁର୍ଲ୍ଲୀ ଏଭଳି ପାଞ୍ଚ ଜଣ ମିଶି ଜଙ୍ଗଲ କୁ ଜଙ୍ଗଲୀ କୁକୁଡ଼ା ଶିକାର କରିବାକୁ ଯାଇଥିଲେ। ସନ୍ଧ୍ୟା   ହୋଇଯାଇଥିଲେ ମଧ୍ୟ ସେମାନେ ଫେରିନଥିଲେ।ପରେ ପରିବାର ଲୋକେ ସୁରେନ୍ଦ୍ର କୁ ଖୋଜାଖୋଜି କରି ପାଇନଥିଲେ।ବୁଧବାର ସକାଳେ ଶୁଣିବାକୁ ପାଇଲେ ଯେ ସୁରେନ୍ଦ୍ର ର ମୃତ ଦେହ ବେଳକର ଜଙ୍ଗଲ ନିକଟରେ ପଡିରହିଛି ତଥା ତା ମୁଣ୍ଡରେ ଶକ୍ତ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡିଛି।ଆଉ ତା ନିକଟରେ ଏକ ଦେଶୀ ବନ୍ଧୁକ ପଡିଥିବା ଦେଖିବାକୁ ପାଇଥିଲେ।ପରେ ପୋଲିସ କୁ ଖବର କଲା ପରେ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ନେତୃତ୍ୱରେ ଏକ ପୋଲିସ ଟିମ ପହଞ୍ଚ ତଦନ୍ତ ଜାରି ରଖିଛନ୍ତି।ତଥାପି ପୁରା ଘଟଣା ସନ୍ଦେହ ଘେରରେ ରହିଛି ସୁରେନ୍ଦ୍ର କୁ ହତ୍ୟା କରାଯାଇଛି ନା ଶିକାରୀ ଗୁଳି ଲାଗିଛି ।କିନ୍ତୁ ମୃତକଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.