ବୁଗୁଡା(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାରେ ପ୍ରତିଷ୍ଠିତ ” ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟି ” ପକ୍ଷରୁ ସିମାଞ୍ଚଳ ମାର୍ଗରେ ଜାନୁୟାରୀ ୩୧ ତାରିଖ ଦିନ ଏକ ଆଲୋଚନା ଚକ୍ର ଗୁଗୁଲ ମିଟ୍ ଆପ୍ ମାଧ୍ୟମରେ ହୋଇଯାଇଛି। ” ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ : ଏହାର ବିକାଶ ଓ ଭବିଷ୍ୟତ ” ଶୀର୍ଷକ ବିଷୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଗବେଷକ ଡ଼ଃ ବ୍ରଜ କିଶୋର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଆଲୋଚନା ଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗୀୟ ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଣିତ ବିଭାଗୀୟ ମୁଖ୍ୟ ଡ଼ଃ ଅରୁଣ କୁମାର ତ୍ରିପାଠୀ, କୋରାପୁଟ ଜିଲ୍ଲା ନନ୍ଦପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ରବି ଶତପଥୀ, ଗଞ୍ଜାମ ଜିଲ୍ଲାର ବୁଗୁଡା ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଭାଗ ନେଇ ବିଭିନ୍ନ ଐତିହ୍ୟ ସ୍ଥଳୀର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ଓ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ। ଷ୍ଟଡ଼ି ଏଣ୍ଡ ରିସର୍ଚ୍ଚ ସୋସାଇଟିର ସମ୍ପାଦକ ତଥା ବୁଗୁଡା ପିପୁଲସ କଲେଜ ଇତିହାସ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ସନ୍ଦର୍ଭ ପଠନ କରିଥିବା ବେଳେ ସୁରେଶ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.