ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) :ଧାନ କିଣାରେ ଅନିୟମିତତା, ବିଭାଗ ତରଫରୁ ଧାନସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସଂପାଦକଙ୍କୁ ନିଲମ୍ବନ କରାଯାଇଛିା

ନିଲମ୍ବିତ ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଉମାକାନ୍ତ ପ୍ରଧାନ, ଡଭା ପ୍ୟାକ୍ସର ସହକାରୀ ସଂପାଦକ ଗୋବିନ୍ଦ ସାହୁ, ସୋହେଲା ପ୍ୟାକ୍ସର ସଂପାଦକ ରାଜେଶ ପ୍ରଧାନ, କଟାପାଲି (ବିପିଏଲ୍) ପ୍ୟାକ୍ସର ସଂପାଦକ ବିଦ୍ୟାଧର ପ୍ରଧାନ, ପାହାରଶି୍ରଗିଡ଼ା ପ୍ୟାକ୍ସର ସଂପାଦକ ଶମ୍ଭୁ କ୍ଷେତ୍ରୀ, ନାରାୟଣ ପ୍ୟାକ୍ସର ସଂପାଦକ ସୁଦାମ ସାହୁ, ଭୁକ୍ତା ପ୍ୟାକ୍ସର ସଂପାଦକ ହୃଷିକେଶ ପ୍ରଧାନ, ଚଢେଇଗାଁ ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ଲିଙ୍ଗରାଜ ସାହୁ ଓ କନ୍ଦପାଳ ପ୍ୟାକ୍ସର ସଂପାଦକ କ୍ଷୀରୋଦ୍ର ସାହୁ ଅନ୍ତର୍ଭୁକ୍ତା ସେହିଭଳି ବଲାଙ୍ଗୀର ଜିଲ୍ଲାର ଚୁଡ଼ାପଲ୍ଲୀ ପ୍ରାଥମିକ କୃଷି ସମବାୟ ସମତିର ସଂପାଦକ ଗୋପବନ୍ଧୁ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛିା

ଏଥି ସହିତ ସୋହେଲା ପ୍ୟାକ୍ସ ସଂପାଦକ, କ୍ଲର୍କ ତଥା ଡାଟା ଏଣ୍ଟ୍ରି ଅପରେଟର ଏବଂ ଅନ୍ୟ ଖିଲାପୀ  କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି ବୋଲି ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶା 

Leave A Reply

Your email address will not be published.