ଜିଏନଏମ ନର୍ସିଂ ସ୍କୁଲରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ।ଅଟକ ରହିଲେ ନର୍ସିଂ ସ୍କୁଲର ନିର୍ଦ୍ଦେଶକ।

0 2
  • ଦୁଇ ଛାତ୍ରୀଙ୍କ ବିରୋଧରେ ମଧ୍ୟ ରେଗିଂ ଅଭିଯୋଗ। 

  • କବାଟ କିଳି ରଖିଲେ ନିର୍ଯ୍ୟାତିତାଙ୍କୁ।

  • ପ୍ରାକ୍ଟିକାଲ ପରୀକ୍ଷା ବାହାନା କରି ବାପା ମା’ଙ୍କ ସହ ସାକ୍ଷାତ କରିବାକୁ ଦେଲେ ନାହିଁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ବେହେରାମାଲଠାରେ ଅବସ୍ଥିତ ଥିବା ସାରଳା ନର୍ସିଂ କଲେଜର ନିର୍ଦ୍ଦେଶକ ଓ ତିନିଜଣ ଛାତ୍ରୀଙ୍କ ବିରୋଧରେ ନିର୍ଯ୍ୟାତନା ଓ ରେଗିଂର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ଛାତ୍ରୀ। ପୋଲିସ ପାଖରେ ପୀଡ଼ିତାଙ୍କ ପିତାମାତା ଅଭିଯୋଗ ପରେ ଏହି ନର୍ସିଂ ସ୍କୁଲର ନିର୍ଦ୍ଦେଶକଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାଯାଇଛି। 

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରର ଏନଏସିମ କଲୋନୀର ଜନୈକ ଯୁବତୀ ବେହେରାମାଲ ନର୍ସିଂ ସ୍କୁଲର ଦ୍ବିତୀୟ ବର୍ଷ ଛାତ୍ରୀ ଅଟନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଏହି ସ୍କୁଲର ନିର୍ଦ୍ଦେଶକ ସୁଧୀର ରଞ୍ଜନ ନନ୍ଦ ପ୍ରଥମ ବର୍ଷରୁ ହିଁ ତାଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିଲେ। ତାଙ୍କ ବ୍ୟତୀତ ଅନ୍ୟ ଦୁଇ ତିନିଜଣ ଛାତ୍ରୀ ମଧ୍ୟ ତାଙ୍କୁ ଅନେକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ସହ କଦର୍ଯ୍ୟ ବ୍ୟବହାର କରୁଥିଲେ। ଏହାକୁ ନେଇ ବାରମ୍ବାର ଅଭିଯୋଗ କରାଗଲେ ସୁଦ୍ଧା କୌଣସି ଫଳ ହୋଇନଥିଲା। ଗତକାଲି ଯୁବତୀଜଣକଙ୍କୁ ତାଙ୍କ ପିତାମାତାଙ୍କୁ ଡକାଇବା ପାଇଁ କହି ସେମାନଙ୍କୁ ନିଜ ଝିଅକୁ ସାକ୍ଷାତ କରିବାକୁ ଦେଇ ନଥିଲେ ନିର୍ଦ୍ଦେଶକ। ତୃତୀୟ ମହଲାରେ ପ୍ରାକ୍ଟିକାଲ ପରୀକ୍ଷା ଚାଲୁଥିବା ବାହାନା ଦେଖାଇ ସାକ୍ଷାତ କରିବାକୁ ମନା କରାଯାଇଥିଲା। ନିରାଶ ହୋଇ ଫେରୁଥିବା ବେଳେ ହଠାତ୍ ତାଙ କର ଝିଅ ଉପରୁ ଦୌଡ଼ି ଦୌଡ଼ି ଆସି ସେମାନଙ୍କୁ ଧରି କୁଣ୍ଢାଇ ପକାଇ ଜୋରରେ କାନ୍ଦି ଉଠିଥିଲେ। ସେ କୌଣସି ପରୀକ୍ଷା ଦେଉ ନଥିଲେ ବରଂ ତାଙ୍କୁ ଉପର ମହଲାରେ ଗୋଟିଏ ରୁମରେ କବାଟ କିଳି ରଖି ଦିଆଯାଇଥିଲା ବୋଲି ସେ କହିଥିଲେ। ପିତାମାତା ସଙ୍ଗେ ସଙ୍ଗେ ଅଭିଯୁକ୍ତମାନଙ୍କ ନାମରେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆଇପିସି ଧାରା ୩୪୨,୨୯୪,୫୦୬ ଓ ୩୪ ଲଗାଇ ମାମଲା ରୁଜୁ କରି ଅଭିଯୁକ୍ତ ସୁଧୀର ରଞ୍ଜନ ନନ୍ଦଙ୍କୁ ଥାନାରେ ଆଣି ତଦନ୍ତ କରିବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.