ଐତିହାସିକ ଶିଶୁପାଳଗଡକୁ ରାଜ୍ୟ ସରକାରଙ୍କ ଜମି ଜବର ଦଖଲରୁ ବଂଚାଯାଉ:ଲେଖାଶ୍ରୀ 

0

ଭୁବନେଶ୍ୱର: ଦୁଇ ହଜାର ବର୍ଷରୁ  ଉର୍ଧ୍ଵ  ଐତିହାସିକ ଶିଶୁପାଳଗଡ ଠାରେ ଅନେକ ପୂରାତନ ମଠ ମନ୍ଦିର ଏବଂ ଐତିହ୍ୟ ଭରିରହିଛି  । ଏଠି ଅନେକ ସ୍ଥାନରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ପକ୍ଷରୁ ଆବିଷ୍କାର ଏବଂ ସଂଗ୍ରକ୍ଷଣ କାମ ଚାଲିଛି । ହେଲେ ରାଜ୍ୟ ସରକାର ‘ସୌନ୍ଦର୍ଯୀକରଣ’ନାଁ ରେ ଜମି ଜବର ଦଖଲ କରୁଛନ୍ତି ଯାହା ଫଳରେ ବହୁ ପୂରାତନ ଐତିହାସିକ ଢାଂଚା ଏବଂ କଳାକୃତି ନଷ୍ଟ ହେଉଛି । ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧୀ ଦଳ ଏଏସଆଇ ସୁପରିଟେଣ୍ଡଂଟକୁ ଭେଟି ଶିଶୁପାଳଗଡକୁ ସଂରକ୍ଷଣ କରିବା ପାଇଁ ଦାବି କରିଛନ୍ତି । 

ଶିଶୁପାଳଗଡର ୨୦୦୦ ବର୍ଷରୁ ଉର୍ଧ୍ଵ  ପଂରପରାକୁ ସଂରକ୍ଷଣ କରିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦାୟୀତ୍ୱ । ହେଲେ ସେଠାରେ ରାଜ୍ୟ ସରକାରଙ୍କ ଅନିୟନ୍ତ୍ରିତ ‘ସୌନ୍ଦର୍ଯୀକରଣ’କାର୍ଯ୍ୟକ୍ରମ ନାଁରେ ଜମି ଜବର ଦଖଳ କରାଯାଉଛି । ସେଠାରେ ଜମି ମାଫିଆଙ୍କ ମଧ୍ୟ ରାଜ ଚାଲିଛି ଯାହାଫଳରେ ସେଠାରେ ଥିବା ଐତିହାସିକ ମଠ ମନ୍ଦିର ଉପରେ ବିପଦ ଘନେଇଛି । ଏଣୁ ଏଏସଆଇ ରାଜ୍ୟ ସରକାରଙ୍କୁ  ସେଠାରେ କୌଣସି ପ୍ରକାର କାମ କରିବାକୁ ମନା କରିବା ପାଇଁ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । 

ଏହା ପରେ ବିଜେପିର ପ୍ରତିନିଧୀ ଦଳ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଶୁକ ଶାରୀ ପରିସରବୁଲି ସେଠାରେ ହେଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ଏହିଭଳି ଅନିୟନ୍ତ୍ରିତ ‘ସୌନ୍ଦର୍ଯୀକରଣ’ କାର୍ଯ୍ୟକ୍ରମ ଯୋଗୁଁ ଏବେ ଶୁକଶାରୀ ମନ୍ଦିର ପାଖରେ ଥିବା ଶିବଲିଙ୍ଗ ଆଘାତ ହୋଇଛି । ଏଏସଆଇ ଅଧିନରେ ଥିବା ଶିଶୁପାଳ ଗଡ ଏବଂ ଲିଙ୍ଗରାଜ ମନ୍ଦିର ପାଖ ଶୁକ ଶାରୀ ମନ୍ଦିର  ଆଦି ସମ୍ବେନ୍ଦନଶୀଳ ଐତିହାସିକ ସ୍ଥଳୀରେ ରାଜ୍ୟ ସରକାର ହସ୍ତକ୍ଷେପ ନକରିବା ପାଇଁ ଡ. ସାମନ୍ତସିଂହାର ଦାବି କରିଛନ୍ତି । ଏହି ପ୍ରତିନିଧୀଦଳରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ବିଶ୍ୱରଂଜନ ପଟ୍ଟନାୟକ, ତପନ କୁମାର ନାୟକ, ବିପିନ ଭୂଷଣ ବଳିଆରସିଂହ, ସତ୍ୟବ୍ରତ ନାୟକ, ମୂରଲୀ ମନୋହର ପାତ୍ର, ମଦନମୋହନ ପ୍ରଧାନ, ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.