ମହାବୀରଙ୍କ ମହା ଗଡବଡ , ଜୁନାଗଡ ଆରଡ଼ି ବିଭାଗର ନିଦ ନିଘୋଡ଼  ।

0

କଳାହାଣ୍ଡି /ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲାରେ  ଆଟିଗାଁ ଠାରୁ ଡ଼ୋକ୍ରିପଡା ପର୍ଯ୍ୟନ୍ତ ଜୁନାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାର୍ଯ୍ୟରେ ଚାଲିଛି ମହାଦୁର୍ନୀତି । ସୂଚନା ଅନୁସାରେ ଉକ୍ତ ରାସ୍ତା କାର୍ଯ୍ୟରେ ଲାଲ ମୁରୁମ ପରିବର୍ତ୍ତେ କେଵଳ ମାଟି ଓ ଅଳ୍ପ ମୁରୁମ ଛିଞ୍ଚନ କରି କେଵଳ ନାମକୁ ମାତ୍ର ପାଣି ଦେଉଥିବା ଅଭିଯୋଗ ଆଣିଛନ୍ତି  ଗ୍ରାମବାସୀ । ଜୁନାଗଡ ଆର୍ ଡି କାର୍ଯ୍ୟାଳୟକୁ ଯାଇ ଗ୍ରାମବାସୀ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କାର୍ଯ୍ୟାଳୟରେ ମାସ ତମାମ ତାଲା ଝୁଲୁଥିବା ପରିଲକ୍ଷିତ ହୋଇଛି । କାର୍ଯ୍ୟାଳୟରେ ଏପର୍ଯ୍ୟନ୍ତ ନାମ ଫଳକ ଲାଗି ନ ପାରିବା ପରିତାପର ବିଷୟ ହୋଇଛି । ଏ ସମସ୍ତ ବିଷୟରେ  ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ ନ କରି ଯୁଦ୍ଧ କାଳିନ ଭିତ୍ତିରେ କରି ଚାଲିଛନ୍ତି ଦୁର୍ନୀତି ଉପରେ ଦୁର୍ନୀତି । ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ  ସରକାର ତପ୍ତରତାର ସହ ଅଣ୍ଟା ଭିଡି ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ   ପହଞ୍ଚାଇବାରେ ପ୍ରୟାସ ଜାରି ରଖୁଥିଵା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଠିକାଦାରଙ୍କ ଚାଲିଛି ମଧୁଚନ୍ଦ୍ରିକା । ଏହି ରାସ୍ତା କାର୍ଯ୍ୟରେ ମହାବୀର କନଷ୍ଟ୍ରକସନ୍ କରୁଥିବା ଦୁର୍ନୀତି ଵିଷୟରେ ଆମ ଗଣମାଧ୍ୟମ ପ୍ରତିନିଧି  ଜୁନାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ  ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କୁ ପ୍ରତିକ୍ରିୟା ମାଗିବା ପୂର୍ବରୁୁ  କେମେରା ଆଗରେ ଚିହିଁକି ପଡ଼ି ଉକ୍ତ ଜାଗାରୁ ଛତ୍ରଭଙ୍ଗ ଦେଇଥିବା କେମେରାରେ କଏଦ ହୋଇଛି । ସରକାରଙ୍କ ଅଧିନରେ ଥିବା ବିଭାଗୀୟ ଅଧିକାରୀ ମାନେ ଜନସାଧାରଣଙ୍କ ଗୁହାରି ଶୁଣିବେ ନାହିଁ, ତାହାହେଲେ 5t ଯୋଜନା କାହା ପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି |

ଏଥିପ୍ରତି କଳାହାଣ୍ଡି  ଜିଲ୍ଲାପାଳ ତଥା ଅନ୍ୟ  ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜିଲ୍ଲାପାଳ ତଥା ଆର୍ ଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଗ୍ରାମବାସୀ ଦେଇଛନ୍ତି ଚେତାବନି ।

Leave A Reply

Your email address will not be published.