ଜିସିଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ “ପରୀକ୍ଷା ଦର୍ପଣ” ବିତରଣ 

0

ରାୟଗଡା (ସରୋଜ କୁମାର ସାହୁ)  ସ୍ଥାନୀୟ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା  ଯୋଗାଇ ଦିଆଯାଇ ଥିବା ପରୀକ୍ଷା ଦର୍ପଣ ପୁସ୍ତକ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ବିତରଣ କରାଯାଇଅଛି I  ବିଦ୍ୟାଳୟର  ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ମହାପାତ୍ରଙ୍କର ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାର  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ଆନେସ୍ଥେସିଆ କେର୍କେଟା ମୁଖ୍ୟ ଅତିଥି,  ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ର ସଭାପତି ତଥା ପ୍ରାକ୍ତନ ଛାତ୍ର ଶ୍ରୀଯୁକ୍ତ ରାଜେଶ କୁମାର ପାଢ଼ୀ ମୁଖ୍ୟବକ୍ତା ଓ S M  D C ର ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ ସାହୁ ସଂମ୍ମାନିତ ଅତିଥି ରୂପେ ଯୋଗଦେଇ ଚଳିତ ବର୍ଷରେ ଦଶମ ଶ୍ରେଣୀର ଅଧ୍ୟାୟନରତ  ଛାତ୍ରଛାତ୍ରୀ  ମାନଙ୍କର ପାଇଁ  ଉଦ୍ଦିଷ୍ଟ ପରୀକ୍ଷା ଦର୍ପଣ ପୁସ୍ତିକାର ଉପାଦେୟତା ସମ୍ବଦ୍ଧ ରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୁଷଣ ପଟନାୟକ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ମିସ ଜ୍ୟୋସ୍ନାରାଣୀ ବେହେରା ଧନ୍ୟବାଦ ଦେଇଥିଲେ | ଦଶମ ଶ୍ରେଣୀ ଶିକ୍ଷକ ମ.ମୁରଲୀ କିଷ୍ଣା, ବି. ମୁରଲୀ କିଷ୍ଣ , ଅଜୟ ମିଶ୍ର ଓ କ୍ରିଡା ଶିକ୍ଷକ ସୁନୀଲ କୁମାର ମହାନ୍ତ  ଉକ୍ତ କାର୍ଯ୍ୟକ୍ରମକୁ  ସୂଚାରୁ ରୂପେ ପରିଚାଳନା କରିଥିଲେ | ପରିଶେଷରେ ଉକ୍ତ ଦିବସରେ ଦଶମ ଶ୍ରେଣୀର ଉପସ୍ଥିତ ଥିବା ୯୬ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବିତରଣ କରାଯାଇଥିଲା .

Leave A Reply

Your email address will not be published.