ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍

0

ଭୁବନେଶ୍ୱର, : ଶନିବାର ଦିନ ଓଡ଼ିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ ପୋର୍ଟାଲ୍ ଡବ୍ଲୁଡବ୍ଲୁଡବ୍ଲୁ.ପ୍ରମେୟନୁ୍ୟଜ୍.କମ୍ ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ । ଏହି ଅବସରରେ ବରିଷ୍ଠ  ସାମ୍ବାଦିକମାନେ ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମର ପରିଭାଷାରେ ପରବର୍ତନ ହେବ ବୋଲି ମତ ପ୍ରକାଶ କରିଥିଲେ । 

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱବ୍ୟାପୀ ଜନସାଧାରଣ ଏବେ ଡିଜିଟାଲ୍ ମୁହାଁ ଏବଂ ସ୍ମାର୍ଟଫୋନ୍ ଖବର ସଂଗ୍ରହର ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ମତ ବ୍ୟକ୍ତ କରିଛନ୍ତି ଲୋକପ୍ରିୟ  ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ର ପ୍ରତିଷ୍ଠାତା  ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ । 

ପ୍ରଫେସର ନାୟକ ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ଡିଜିଟାଲ୍ ୱିଙ୍ଗ ଟିମku ଶୁଭେଚ୍ଛା ଜଣାଇବା ସହ ଖୁବ୍ କମ୍ ସମୟ ମଧ୍ୟରେ ଏହି ଟିମ୍ ସଫଳତାର ଶିଖରକୁ ଛୁଇଁଛି ବୋଲି କହିଛନ୍ତି । ଲୋକାଭିମୁଖୀ ଓ ତଥ୍ୟ ଆଧାରିତ ସମ୍ବାଦ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଫେସର ନାୟକ ଟିମ ସଦସ୍ୟମାନଙ୍କୁ ଉପଦେଶ ଦେଇଥିଲେ ।

ଅଧିକ ଲୋକ ଏବେ ଖବର ଜାଣିବା ପାଇଁ ମୋବାଇଲ ଫୋନ୍କୁ ଭରସା କରୁଛନ୍ତି  । କାରଣ ବର୍ତମାନ ଡିଜିଟାଲ୍ ଯୁଗରେ ହାତ ପାହାନ୍ତାରେ ସମସ୍ତ ଖବର ଉପଲବ୍ଧ ହୋଇପାରୁଛି ବୋଲି କହିଥିଲେ ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଏବଂ ପ୍ରମେୟ-ନ୍ୟୁଜ ୭ ଗ୍ରୁପ୍ର କନ୍ସଲ୍ଟିଂ ଏଡିଟର୍ (ଡିଜିଟାଲ୍) ଶ୍ରୀ ସୁବ୍ରତ ଦାସ । 

ଖବର ଅନ୍ୱେଷଣ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ଏହି ପ୍ରକ୍ରିୟା ପ୍ରାୟତଃ ଦେଖିବାକୁ ମିଳୁନାହିଁ କାରଣ ଖୁବ୍ ସହଜରେ ଖବର ମିଳୁଯାଉଛି । ପ୍ରମେୟନ୍ୟୁଜ୭.କମ୍ ଟିମକୁ  ତଥ୍ୟଭିତିକ ଏବଂ ତାଜା ଖବର ଦେବା ପାଇଁ ସେ ଉପଦେଶ ଦେଇଥିଲେ । 

ଏହି ଅବସରରେ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ ଶ୍ରୀ ସୁନୀଲ୍ ଦାସ ସୁଚନା ଦେଇଥିଲେ ଯେ ଗତ ଏପି୍ରଲ୍ ଏବଂ ମେ ମାସ ମଧ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ଖବର ସମେତ ମହାମାରୀ ସମ୍ପର୍କିତ ବିସ୍ତୃତ ଖବର ପ୍ରସାରଣ ଯୋଗୁଁ ଇଂରାଜୀ ପୋର୍ଟାଲ୍ର ପାଠକଙ୍କ ସଂଖ୍ୟ ୩ ଗୁଣା ବୃଦ୍ଧି ପାଇଛି । 

ନୁ୍ୟଜ୍ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ପ୍ରମେୟନ୍ୟୁଜ .କମର  ଟିମ୍ ସ୍ପିରିଟକୁ  ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଏହି ପ୍ରକ୍ରିୟା  ଜାରୀ ରହିବ ବୋଲି ଆଶା ପ୍ରକାଶ କରିଥିଲେ । 

ପ୍ରମେୟନୁ୍ୟଜ୍.କମ୍ ଟିମ୍ କୋଭିଡ-୧୯ ମହାମାରୀ ଏବଂ ଲକ୍ଡାଉନ୍ ସମୟରେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ଆମେ କହିପାରିବୁ ନାହିଁ ଯେ ଆମେ ବହୁ କିଛି ହାସଲ କରିଛୁ ତେବେ ଲୋକଙ୍କ ନିକଟରେ ପହଂଚିବା ପାଇଁ ଆମ ପ୍ରଚେଷ୍ଟା ଜାରୀ ରହିବ ବୋଲି ଶ୍ରୀ ସୁବ୍ରତ ଦାସ କହିଥିଲେ । ପୋର୍ଟାଲର  ସଫଳତା ପାଇଁ ସେ ତୃଣମୂଳ ସ୍ତରର ସମସ୍ତ ରିପୋର୍ଟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ନୁ୍ୟଜ୍୭.କମ୍ ଏବଂ ପ୍ରମେୟ.କମ୍ ମୁଖ୍ୟ ଶ୍ରୀ ଅମରେଶ ଦାସ, ପ୍ରମେୟ.କମ୍ କନ୍ଟେନ୍ଟ କୋଅର୍ଡିନେଟର୍ ଶ୍ରୀ ଜୀତ୍ ପଟ୍ଟନାୟକ, ଗ୍ରୁପ୍ ଟେକ୍ନିକାଲ୍ କନ୍ସଲ୍ଟାଂଟ ଶ୍ରୀ ଜୁବାନାଶ୍ୱ ମିଶ୍ର, ଏଚ୍.ଆର୍ ମ୍ୟାନେଜର ଶ୍ରୀ ପିନାକୀ ନାୟକ, ସେଲ୍ସ ମୁଖ୍ୟ ଶ୍ରୀ ସିଦ୍ଧାର୍ଥ ରାୟ ଏବଂ ପୋର୍ଟାଲର  ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  

Leave A Reply

Your email address will not be published.