ମାଓ ଦମନ ସହ ଦୁର୍ଘଟଣା ପୀଡିତଙ୍କୁ ସହାୟତା କରି ଚର୍ଚ୍ଚାରେ ବିଏସଏଫ ଯବାନ ।

0

http://www.youtube.com/watch?v=Lun9xdrQVnc 

ସୁନାନଗର ଘାଟିରେ ପ୍ରତି ମାସରେ ଘଟୁଛି ୧୦ରୁ ଉର୍ଦ୍ଧ୍ବ ଦୁର୍ଘଟଣା: ଦୃଷ୍ଟି ଦେବେ କି ସରକାର

ମାଲକାନଗିରି ଜିଲ୍ଲା (ବି ଶ୍ରୀନିବାସ ପାତ୍ର) : କୁଡୁମୁଲୁଗୁମ୍ମା ନିକଟସ୍ତ ସୁନାନଗର ଘାଟିରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା ଘଟିଛି।ଗତ କାଲି ଏକ ପିଚୁ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଆଜି ସକାଳ 7ଟା ସମୟରେ ପୁଣି ଏକ ବାଇକ ଆରୋହି 10 ଫୁଟ ତଲକୁ ଖସି ପଡ଼ିଥିଲେ। ଆଜି ସକାଳ ସମୟରେ, 144 ବାଟାଲିୟନର ବିଏସଏଫ ପାଟ୍ରୋଲିଂକୁ ଯାଇଥିବା ବେଳେ ହଠାତ ସେମାନଙ୍କ  ନଜରକୁ ଆସିଥିଲା। ବିଏସଏଫ ଇନ୍ସପେକ୍ଟର ବୈଦନାଥ ଶଙ୍କର,ଘଟଣାସ୍ଥଳକୁ ଯାଇ ତାଙ୍କ  ବାଟାଲିୟନ ସାଥୀଙ୍କ ସହିତ ଉଦ୍ଧାର କରି କୁଡୁମୁଲୁଗୁମାରେ ଥିବା ଚିକିତ୍ସାଲୟ କୁ ପଠାଇ ଦେଇଥିଲେ। ସେ ନିଜେ ଉପସ୍ଥିତ ରହି ଲୋକଟିକୁ ଚିକିତ୍ସା କରାଇଥିଲେ।ଘଟଣା ସ୍ଥଳରେ କୁଡୁମୁଲୁ ଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ୍ ଚନ୍ଦ୍ର ମହାରଣା ମଧ୍ୟ ଉପସ୍ଥିତ ଥିଲେ। ତେବେ ସୁନାନଗର ଘାଟିରେ ପ୍ରତି ମାସରେ 10ରୁ ଉର୍ଦ୍ଧ୍ବ ଦୁର୍ଘଟଣା  ଘଟିଥିବା ବେଳେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ବାରମ୍ବାର RD କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ  ମଧ୍ୟ୍ୟ ଏହାର ଅଣଦେଖା କରାଯାଇଛି। ଯାହା ଫଳରେ ଲୋକ ମାନଙ୍କ ଦୁର୍ଘଟଣାସ୍ଥଳରେ ବହୁତ କ୍ଷୟକ୍ଷତି ହେବାରେ ଦେଖାଦେଇଛି। ଏଣୁ ଆଗାମୀ ଦିନରେ ଏହାର କୌଣସି ବିକଳ୍ପ ବାହାର କରାନଯାଏ ତାହାହେଲେ।ଏପରି ଦୃଘଟଣା ଲାଦିରହିଥିବାର ସମ୍ଭାବନା ରହିଛି। ବୋଲି କୁହାଯାଉଛି।

 

Leave A Reply

Your email address will not be published.