ପଦ୍ମପୁର:-ସାରା ରାଜ୍ୟରେ ଆଜି ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପଲସ୍ ପୋଲିଓ ଖୁଆ କାର୍ଯ୍ୟକ୍ରମ ଚାଲିଛି l ଏ ଅବସର ରେ ଆଜି ସମଗ୍ର ବରଗଡ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ସହରାଞ୍ଚଳ,ଗ୍ରାମାଞ୍ଚଳରେ ମାଁ ମାନେ ପୋଲିଓ କେନ୍ଦ୍ର ମାନଙ୍କରେ ନିଜନିଜ ଛୁଆ ମାନଙ୍କୁ ଧରି ଲାଇନ ହୋଇ ପୋଲିଓ ବୁନ୍ଦା ପାଇବାକୁ ଛିଡ଼ା ହୋଇଛନ୍ତି l ବିଶେଷ କରି ବିକଳାଙ୍କ ଶିଶୁ ଜନ୍ମ ନ ହେବା ଏହାର ଲକ୍ଷ୍ୟ ଅଟେ l ଏହାର ମୁଳୋତ୍ପାଟନ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ମହତ ପ୍ରୟାସ ଅଟେ l ଏ ପରିପ୍ରେକ୍ଷୀରେ ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଏକମାତ୍ର ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସଭାଗୃହ ଠାରେ ଗତକାଲି ପୋଲସ ପୋଲିଓ କାର୍ଯ୍ୟକ୍ରମ ଉପରେ ସମସ୍ତମହିଳା, ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଡ଼ାକ୍ତର ସିଦ୍ଧାର୍ଥ ତ୍ରିପାଠୀ, ଡ଼ାକ୍ତର ସୁନୀତା ସ୍ୱାଇଁ, ଡାକ୍ତର ସେବାବ୍ରତ ମେହେର, ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର,ବି.ଡି.ଏମ ସଞ୍ଜିବ କୁମାର ମେହେର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା, ସ୍ୱାସ୍ଥ୍ୟପରିଦର୍ଶକ ରବିନ୍ଦ୍ର ମୋହନ ଦାଶ,ଚନ୍ଦ୍ରଭାନ ଚନ୍ଦ୍ରକାର,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମେରିୟମ କୁଲୁ,ପାଞ୍ଚାଳୀ ସୁନା ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ଙ୍କୁ ପୋଲିଓ ଦିବସ ୩୧ ଜାନୁଆରୀ ଉପରେ ତଥା କିଭଳି ଭାବେ ସୁଚାଋ ରୁପେ ସମ୍ପାଦିତ ସମ୍ପୂଣ୍ଣ ଭାବେ ସଫଳ ହୋଇ ପାରିବ ସେ ବିଷୟ ମତାମତ ମାନ ପ୍ରଦାନ କରିଥିଲେ lଯେଉଁ ଶିଶୁମାନେ ପୋଲିଓ ଦୁଇବୁନ୍ଦା ପାଇ ସାରିଲା ପରେ ମାରକର୍ ପେନରେ କାଣିଆଙ୍ଗୁଠିରେ ଚିହ୍ନ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ l ଆଜି ଆମ ସାମ୍ୱାଦିକ ବିଭିନ୍ନ ବୁଥ କୁ ଯାଇଁ ନିରିକ୍ଷଣ କରିଥିଲେ l ବୁଲିବା ଭିତରେ ସମସ୍ତ ବୁଥ ରେ ଶୃଙ୍ଖଳିତ ଭାବେ ଶିଶୁ ମାନେ ପୋଲିଓ ୨ ବୁନ୍ଦା ଲେଖାଏଁ ପାଇବା ପାଇଁ ଭୀଡ ଜମିଛି l ସମସ୍ତ ବୁଥ ରେ ଆଶାକର୍ମୀ ମାନେ ସାମାଜିକ ଦୂରତ୍ୱ ରେ ଛିଡା ହେବାକୁ ପରାମର୍ଶ ଦେଉଥିବାର ପରିଲକ୍ଷିତ ହୋଇଛି l ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ପୋଲିଓ ଦୁଇବୁନ୍ଦା ଲେଖାଏଁ ଖୁଆଉଥିବାବେଳେ, ବାଦିକଟା ରେ କୈାଶଲ୍ୟା ବାହୁକ ଆଶା,ବିନତା ରାଉତ ଅଙ୍ଗନୱାଡି କର୍ମୀ, ଘେ଼ଁସରା ରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜେମାଦେଇ ବିଶ୍ୱାଳ, ଭେଙ୍ଗରାଜପୁରେ ସରୋଜିନୀ ପଟେଲ, ଲଖମରାରେ ସସ୍ମିତା ବେହେରା, ଚର୍ଦାପାଲିରେ କଲ୍ୟାଣୀ ଶବର ପୋଲିଓ ବୁନ୍ଦା ଦେଉଥିବାବେଳେ, ପାଇମାକମାଲ ରେ ମ.ସ୍ୱା.କର୍ମୀ ପୂର୍ଣ୍ଣବତୀ ବେହେରା, ଲିଲି ଦିପ, ମାଣ୍ଡୋସିଲି ରେ ପଦ୍ମିନୀ ପଣ୍ଡା, ସୁମିତ୍ରା ଶବର ବରତୁଣ୍ଡା, ଛିନ୍ଧେକେଲାରେ ଆରତୀ ବାଗ ପୋଲିଓ କାର୍ଯ୍ୟକ୍ରମ ରେ ନିୟୋଜିତ ଥିବାବେଳେ ସମସ୍ତ କେନ୍ଦ୍ରରେ ଆଶାକର୍ମୀମାନେ ନିୟୋତିତ ହୋଇ ସଫଳ ରୂପାୟନରେ ପହଞ୍ଚାଇବାକୁ ଉଦ୍ୟମ ଜାରୀ ରହିଛି ବୋଲି ବୁକୁରାମୁଣ୍ଡା ଡାକ୍ତରଖାନାରେ କାର୍ଯ୍ୟରତ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମାନ ଚନ୍ଦ୍ରକାର ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.