ଛାମୁ ଯାହା ଦେଇଛନ୍ତି ହରଷେ : ଜମି ଥାଇ ବି ଦୋଛକିରେ ବସ୍ତିବାସିନ୍ଦା

0 2

ବଲାଙ୍ଗୀର(ନିରୋଜ ମିଶ୍ର)  : ଘର ଜମିର ପଟ୍ଟା ଥାଇ ମଧ୍ୟ ଦୋଛକିରେ ଫସିଛନ୍ତି ବସ୍ତି ବାସିନ୍ଦା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଖୁଜେନ ପାଳି ଗ୍ରାମ କାମାକ୍ଷାନଗରରୁ। ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କଲେ ବସ୍ତି ବାସିନ୍ଦା।

ଏଠାରେ ଦୀର୍ଘ ୪୦ ବର୍ଷ ହେବ ୫୦ ରୁ ଉର୍ଦ୍ଧ୍ବ ଗରିବ ଖଟିଖିଆ ପରିବାର ରହି ଆସୁଛନ୍ତି। ଏମାନଙ୍କ ପାଖରେ ଏହି ଜମିର ମାଲିକାନା ଥିବା ବେଳେ ଜମିର ପଟ୍ଟା ମଧ୍ୟ ଅଛି। ଏପରିକି ସରକାର ଏଠି ଅନେକ ପରିବାରଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇ ଦେଇ ଆସିଛନ୍ତି। ହେଲେ ବର୍ତ୍ତମାନ ବଲାଙ୍ଗୀର ସହରର ଜଣେ ବ୍ୟବସାୟୀ ଏହି ସବୁ ଜମି ତାଙ୍କର ବୋଲି ଦାବି କରିଛନ୍ତି।

ଏମାନଙ୍କୁ ଜମି ଖାଲି କରିବା ପାଇଁ ଧମକ ଚମକ ଦିଆଯାଉଥିବା ବେଳେ କିଛି ଲୋକଙ୍କ ଘର ବାଡ଼ି ଭାଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି। ତେବେ ଏହାର ସମାଧାନ ପାଇଁ ଏମାନେ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି। ସେପଟେ ଏହି କାମାକ୍ଷା ନଗରର ପାଞ୍ଚ ଏକର ରୁ ଉର୍ଦ୍ଧ୍ବ ଜମିର ମାଲିକାନା ଓ ପଟ୍ଟା ଥିବା କହିଛନ୍ତି ସମ୍ପୃକ୍ତ ବ୍ୟବସାୟୀ ତ୍ରପୁରାରୀ ପାଣିଗ୍ରାହୀ। ପ୍ରଶାସନ ଏହି ଲୋକଙ୍କୁ ତାଙ୍କ ଜମିରେ ଥଇଥାନ କରିଥିବାର ସେ ଓଲଟା ଅଭିଯୋଗ ଆଣିଛନ୍ତି। ଏପରିକି ବସ୍ତି ବାସିନ୍ଦାଙ୍କୁ ସେ କୌଣସି ଧମକ ଚମକ ଦେବାକୁ ଅସ୍ବୀକାର କରିଛନ୍ତି। ସେ ନିଜ ଜମି ପାଇଁ କୋର୍ଟ ର ଆଶ୍ରୟ ନେବେ ବୋଲି କହିଛନ୍ତି।

ବସ୍ତି ବାସିନ୍ଦା ଓ ବ୍ୟବସାୟୀ ମଧ୍ୟରେ ଲାଗି ରହିଥିବା ଏହି ଜମି ବିବାଦ ଉପରେ ଆଗକୁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.