ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ

0

20-06-18-baud.jpg - 36.67 kB

ବୌଦ୍ଧ (ସିମୁନ୍ ନାଏକ): ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ! ସଂଘବଦ୍ଧ ଭାବେ ଭିଣୋଇଙ୍କୁ ଆକ୍ରମଣ କଲେ। ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବୌଦ୍ଧ ସଦର ଥାନା ତେଲିବନ୍ଧ ପଞ୍ଚାୟତ ବାଘପାଲି ଗାଁର ନବୀନ ରଣଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ନବୀନଙ୍କ ହାତ ଥିବା ଅଭିଯୋଗ ହେଉଥିଲା। ଏହାକୁ ନେଇ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ଶ୍ୱଶୁର ଘର ଲୋକ। ଏପରିକି ଭିଣୋଇକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲେ। ଆଜି ମନୋରଞ୍ଜନ ରଣା, ସରୋଜ ରଣା ଓ ଧିରୋଜ ରଣା ସଂଘବଦ୍ଧ ଭାବେ ଭିଣୋଇ ନବୀନଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଗଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.