୧୦୪ ବର୍ଷରେ ପଦାର୍ପଣ କଲେ କାନ୍ତକବିଙ୍କ ପୁତ୍ର ସଂଗ୍ରାମୀ ଗୌରଚନ୍ଦ୍ର 

0

୧୦୪ ବର୍ଷରେ ପଦାର୍ପଣ କଲେ କାନ୍ତକବିଙ୍କ ପୁତ୍ର ସଂଗ୍ରାମୀ ଗୌରଚନ୍ଦ୍ର  

ଭଦ୍ରକ(ସତ୍ୟ ସ୍ୱାମୀ) :ଭାରତ ଛାଡ ଆନେ୍ଦାଳନର ଅନ୍ୟତମ ନାୟକ, ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲ୍ରେ ଫାଶୀ ଦଣ୍ଡାଦେଶ ଦେବା ବେଳର ଅନ୍ୟତମ ସହବନ୍ଦୀଳ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କନିଷ୍ଠ  ପୁତ୍ର ବିଶିଷ୍ଟ ସାହିତ୍ୟିକ  ତଥା ଶିକ୍ଷାବିତ୍ ଗୌରଚନ୍ଦ୍ର ମହାପାତ୍ର ଆଜି ୧୦୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି  । ଭଦ୍ରକ ନୂଆବଜାର ସ୍ଥିତ “କାନ୍ତକୁଟୀର’ବାସଭବନରେ ଏହୀ ନିରବ ସାହିତ୍ୟ ସାଧକ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ତାଙ୍କ ଅନେକ ହିତାକାଂକ୍ଷୀ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରି ଆଶୀର୍ବାଦ  ଭିକ୍ଷା କରିବା ସହ ତାଙ୍କ ନିରାମୟ ଜୀବନ କାମନା କରିଛନ୍ତି  । ପ୍ରତିବର୍ଷ ଭଳି ଭଦ୍ରକ ଗରଦପୁର ସ୍ଥିତ ଗାନ୍ଧି ଓଡିଶା ବାଳାଶ୍ରମର ଅନ୍ତେବାସୀମାନେ ଆସି ସଂଗ୍ରାମୀ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନକୋ” ଓ କାନ୍ତକବିଙ୍କ ରଚିତ “ସବୁ୍ଥିରୁ ବଞ୍ଚିତ କରି’ ଗାନ କରିଥିଲେ  । ଶୁଭେଚ୍ଛା ଜଣାଇବାକୁ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ-କବି ଶ୍ରୀକାନ୍ତ ଜେନା, ରୋଟାରିଆନ୍ ଶିଶିର ମିଶ୍ର, ଭଦ୍ରକ ଓକିଲ ସଂଘ ସଭାପତି ବିଷ୍ଣୁମୋହନ ମହାପାତ୍ର, କଂଗ୍ରେସନେତା ଦେବରୂପ ମହାନ୍ତି ଓ ଆଶୀଷ ରାଉତ, ଆଇନଜୀବୀ ଶିବପ୍ରସାଦ ମହାନ୍ତି, ସାମ୍ବାଦିକ ଡ.ହରିହର ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ଦାସ, କାଉନସିଲର ଶରତ ପଢିଆରୀ ଓ ଆଇନଜୀବୀ ଦେବାଶିଷ ନାୟକ  । ସେହିଭଳି  ଗାନ୍ଧି ଓଡିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଓ ସଞ୍ଚାଳିକା ଝରଣା ଦାସଙ୍କ ନେତୃତ୍ୱରେ ଆଶ୍ରମ ଅଧିକ୍ଷକ ହୃଷିକେଶ ମହାନ୍ତି, କାଉନସେଲର ସସ୍ମିତା ନାୟକ, ହାଉସ ଫାଦର-ଚନ୍ଦନକୁମାର ସାହୁ, ଅରବିନ୍ଦ ସେଠୀ, ଭାଗବତ ସେଠୀଙ୍କ ସମେତ ବାଳାଶ୍ରମର ଅନ୍ତେବାସୀ-ନାନ୍ଦୁ ସାଏ, ଦୁଲାଲ ବେଶ୍ରା, ସଦାନନ୍ଦ ସିଂ, ଦୁଲା ବେଶ୍ରା, କୁଶ ମାଝି ଓ ଶଙ୍କର୍ଷଣ ମାଝି ପ୍ରମୁଖ ନିଆରା ଢଙ୍ଗରେ  ବାଳାଶ୍ରମର ଅନ୍ତେବାସୀମାନେ କେକ୍ କାଟି ସଂଗ୍ରାମୀଙ୍କ ଜନ୍ମଦିନକୁ ପାଳନ କରିଥିଲେ  । 

 

Leave A Reply

Your email address will not be published.