ପ୍ରଥମ ରାଜ୍ୟସ୍ତରୀୟ ବୁଢାରଜା ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

0 2

ଭଟଲି (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସୋହେଲା ବ୍ଲକ୍ ଅନ୍ତର୍ଗତ ବିର୍ଜାମ୍ ଠାରେ ବୁଢ଼ାରଜା ଆସୋସିଏସନ୍ ତରଫରୁ ଏକ ଦିବସୀୟ ପ୍ରଥମ ରାଜ୍ୟସ୍ତରୀୟ ଭଳିବଲ୍ ଟୁର୍ଣ୍ଣାମେଣ୍ଟ ଦିବାରାତ୍ର ଫାଇନାଲ ମ୍ୟାଚର ମୁଖ୍ୟ ଅତିଥି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଦିବାରାତ୍ର  ମ୍ୟାଚର ସମ୍ମାନିତ ଅତିଥି ରୂପେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ପଟେଲ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଶ୍ରୀ ଦେବେନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଏକଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ବୀର୍ଜାମ ଯୁବ ସରପଞ୍ଚ ତଥା ଜିଲ୍ଲା ଯୁବ ଉପସଭାପତି ଶ୍ରୀ କୃପାସିନ୍ଧୁ ପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଆନ୍ତର୍ଜାତୀୟ ଭଳି ବଲ୍ ଖେଳାଳି ଆର୍. ମୁରୁଣ୍ଡି କୁ ମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।  

Leave A Reply

Your email address will not be published.