ଝାରବନ୍ଧ-ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲର ସାନକଂଜାରୀ ଅଙ୍ଗନଦୀ ବାଲି ଘାଟରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ଡମ୍ଫର ,ଗୋଟିଏ ଟ୍ରାକ୍ଟର ରୁ ୨୫ହଜାର ଏବଂ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଗଣମାଧ୍ୟମ ପ୍ରତିନିଧି ଙ୍କୁ କହିଛନ୍ତି। ବାଲି ଚୋରା ଚାଲାଣ ହେଉଥିବା ସୂଚନା ପାଇ ଜଗଦଲପୁର ଥାନାଧିକାରୀ ଲିଲିମାଲଲିତା ବାର୍ଳା ଙ୍କ ନିର୍ଦେଶ ରେ ଏ ଏସ ଆଇ ଶ୍ରୀସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ,ପହଞ୍ଚି ଉକ୍ତ ଡ଼ମ୍ଫର ଏବଂ ଟ୍ରାକ୍ଟର କୁ ଥାନାକୁ ଆଣି ଅଟକ ରଖିଥିଲେ।ଖବର ପାଇ ଝାରବନ୍ଧ ତହସିଲଦାର ସୀମାସବିତା କୁଲୁ ,ରେଭିନ୍ୟୁ ସୁପରଭାଇଜର ନବୀନ ରାଉତ ପହଁଚି ଅଟକ ଥିବା ଡ଼ମ୍ଫର ଏବଂ ଟ୍ରାକ୍ଟର ରୁ ୩୫ହଜାର ଜରିମାନା ଆଦାୟ କରିଛନ୍ତି।ଜଗଦଲପୁର ପୋଲିସ ଏବଂ ଝାରବନ୍ଧ ତହସିଲଦାରଙ୍କ ମିଳିତ ଉଦ୍ୟମରେ ଚୋରା ବାଲି ମାଫିଆଙ୍କ ବିଭିନ୍ନ ଗାଡି ଉପରେ ଚଢ଼ାଉ ହେଉଥିବାରୁ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.