ଅଭିଭାବକ ସଂଘର ଦାବି :କେଉଁ ଫି ନେଉଛନ୍ତି ବେସରକାରୀ ବିଦ୍ୟାଳୟ ତାହା ଘୋଷଣା କରନ୍ତୁ। 

0 2

ଝାରସୁଗୁଡା:(ସୁଭାଷ ସହାରେ) -ଶେଷରେ ପୁରା ହେଲା ଅଭିଭାବକ ସଂଘର ଲଢ଼େଇ। ଉଚ୍ଚ ନ୍ୟାୟାଳୟରେ ଶୁଣାଣି ପରେ ରାଜ୍ୟ ସରକାର ବିଦ୍ୟାଳୟ ଶୁଳ୍କ ଛାଡ଼ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାକୁ ଓଡ଼ିଶା ଅଭିଭାବକ ମହଲରେ ସ୍ବାଗତ କରାଯିବା ସହ ଝାରସୁଗୁଡ଼ା ଅଭିଭାବକ ସଂଘ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। 

ଝାରସୁଗୁଡ଼ା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ କହିବା ଅନୁସାରେ କେତେ ପରିମାଣରେ ଫି ଛାଡ଼ କରାଗଲା, ପୂର୍ବ ବର୍ଷର ଫି କେତେ ଥିଲା ଏବଂ ଏବର୍ଷ କେତେ ଫି ନିଆଯିବ ସେ ବିଷୟରେ ବିଦ୍ୟାଳୟମାନେ ଘୋଷଣା କରିବା ଉଚିତ। ଏହାଦ୍ୱାରା ଅଭିଭାବକମାନେ କେତେ ପରିମାଣରେ ଫି ଦାଖଲ କରିବେ, ସେ ବିଷୟରେ ସ୍ପଷ୍ଟ ହୋଇ ପାରିବେ। ଏଥିପାଇଁ ବିଦ୍ୟାଳୟମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ଅଭିଭାବକ ସଂଘ। ଜିଲ୍ଲାପାଳ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସଂଘର କର୍ମକର୍ତ୍ତାମାନେ। 

ଏହି ଅବସରରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଝାରସୁଗୁଡା ମହାସଂଘର ଆବାହକ ଅମଜଦ୍ ବାଦଶାହ ସହ ମହାସଙ୍ଘର ରାଜ୍ୟ ସହ-ସଂପାଦକ ପୁଣ୍ୟଶ୍ଲୋକ ମହାନ୍ତି, ଝାରସୁଗୁଡ଼ା ସାଂଗଠନିକ ସମ୍ପାଦକ ବାବୁଲି ବେହେରା, ରଶ୍ମି ରଞ୍ଜନ ବାରିକ, ସନ୍ତୋଷିନୀ ଖାଲକୋ, ଆରାଧନା ପାଣ୍ଡେ ପ୍ରମୁଖ  ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହା ବ୍ୟତୀତ ଯେଉଁ ବିଦ୍ୟାଳୟ ନର୍ଦ୍ଦେଶାନାମାର ଉଲ୍ଲଘଂନ କଲେ, ତାର ସ୍ବୀକୃତି ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି।

Leave A Reply

Your email address will not be published.