୧୪ ଓ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚୟନ ଶିବିର ୨୧ରୁ ଖେଳ By SPNEWS On Jun 20, 2018 0 Share ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୧୪ ଓ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳି ଚୟନ ଶିବିର ଜୁନ ୨୧ରୁ ଆରମ୍ଭ ହେବାକୁ ଯାଉଅଛି । ଉକ୍ତ ଶିବିରରେ ଯୋଗ ଦେବାକୁ ଆଗ୍ରହୀ କ୍ରୀଡ଼ାବିତ୍ମାନେ ସେମାନଙ୍କର ଜନ୍ମ ପ୍ରମାଣପତ୍ର ସହିତ ଜୁନ ୨୧ ପୂର୍ବାହ୍ନ ୧୦ଟା ସମୟରେ ବାରିପଦା ଷ୍ଟାଡ଼ିୟମ ପଡ଼ିଆରେ ଉପସ୍ଥିତ ହେବା ନିମନ୍ତେ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ ୨୧ରେ ଚୟନ ଶିବିର ମାଧ୍ୟମରେ ୧୪ ଓ ୧୯ ବର୍ଷରୁ କମ୍ ମୟୂରଭଞ୍ଜ ଟିମ ଗଠନ କରାଯିବା ଏବଂ ଉକ୍ତ ଟିମ୍ କଟକଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତର‘ରୁ ପ୍ରତିନିଧିତ୍ୱ କରିବେ । 0 Share FacebookTwitterGoogle+ReddItWhatsAppPinterestEmail