ଅଳିଆ ଗଦାକୁ ଲୋକ ଫିଙ୍ଗି ଦେଲା ପରେ ବି ଚେତୁନି କଂଗ୍ରେସ : ବିଜୟ 

0

“ଶସ୍ତା ମନ୍ତବ୍ୟ ରଖୁଛନ୍ତି ନିରଞ୍ଜନ”

ଭୁବନେଶ୍ୱର(ମାନସୀ ମିଶ୍ର )   : ଓଡ଼ିଶା ଦାରିଦ୍ର୍ୟର ପ୍ରମୁଖ କାରଣ ହେଉଛି କଂଗ୍ରେସ ଓ ତା’ର କୁଶାସନ । ଏହା ଏକ ନିଷ୍ଠୁର ଐତିହାସିକ ସତ୍ୟ । ଯାହାକୁ ସମଗ୍ର ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଯେଉଁଥିପାଇଁ କଂଗ୍ରେସକୁ ଇତିହାସର ଅଳିଆ ଗଦାକୁ ଫୋପାଡ଼ି ଦେଇଛନ୍ତି । ବିଜୁ ଜନତା ଦଳ ଶାସନ ସମୟରେ ଦାରିଦ୍ର୍ୟ ହ୍ରାସ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ୟାପକ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏବଂ ତା’ର ସୁଫଳ ପ୍ରତ୍ୟେକ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ସମଗ୍ର ଭାରତ ବର୍ଷରେ ଦାରିଦ୍ର୍ୟ ହାରରେ ଦ୍ରୁତତମ ହ୍ରାସ କରିବାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିପାରିଛି । ସଂପ୍ରତି ଓଡ଼ିଶା ବିକାଶର ତ୍ୱରିତ୍‍ ପଥରେ ଅଗ୍ରଗତି କରୁଛି । ଗରିବମାନଙ୍କ ଜୀବନ ଧାରଣର ମାନ ବୃଦ୍ଧି ଓ ସେମାନଙ୍କର ଅର୍ଥନୈତିକ ସ୍ତର ଊଦ୍ଧ୍ୱର୍ଗାମୀ କରିବା ପାଇଁ ବିଜେଡି ସରକାର କାର୍ଯ୍ୟକ୍ରମମାନ ଜାରି ରଖିଛି । ନିକଟରେ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ସଂପତ୍ତି ଅଧିକାର ପ୍ରଦାନ ଏବଂ ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ପାଇଁ ପରିବାର ପିଛା ୩୦୦ ବର୍ଗଫୁଟର ଫ୍ଲାଟ୍‍ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମଟି ସାରା ଭାରତବର୍ଷରେ ଉଚ୍ଚ ପ୍ରଶଂସିତ ହୋଇଛି । ଯେତେବେଳେ ଆର୍ଥôକ ଅନ୍ତର୍ଭୁକ୍ତି ନୀତି ଓ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଚାଲିଛି, ସେତେବେଳେ କଂଗ୍ରେସ ନିଜର ହରାଇଥିବା ଅସ୍ଥିତ୍ୱକୁ ଫେରାଇ ଆଣିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ଅଯୌକ୍ତିକ, ଅସତ୍ୟ ଓ ବାହାପିଆ କଥା ଗପୁଛନ୍ତି । ରାଜ୍ୟର ବିକାଶ ଲାଗି ଓ ଦୀର୍ଘକାଳୀନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଥିଲା ବେଳେ ତାଙ୍କୁ ପିସିସି ମୁଖିଆ ଯେପରି ସମାଲୋଚନା କରିଛନ୍ତି ତାହା କଂଗ୍ରେସ ଦଳ ପାଇଁ ବିଶେଷ ଲାଭ ଦାୟକ ହେବ ନାହିଁ ଏବଂ ଶ୍ରୀ ପଟ୍ଟନାୟକ ଖୁବ୍‍ଶୀଘ୍ର ତାହା ବୁଝିଯିବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Leave A Reply

Your email address will not be published.