ନୂଆପଡା(ଅମିତ ପୁରୋହିତ): .ଜାତୀୟ ସଡକ ସୁରକ୍ଷା ମାସ ୨୦୨୧ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଯାଇଛି । ନିଜେ ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ” ସଡକ ସୁରକ୍ଷା ଜୀବନ ରକ୍ଷା ” ବାର୍ତା ନେଇ ବୁଲିବାକୁ ପ୍ରସ୍ତୁତ ରଥକୁ ଶାଗୁଆ ପତାକା ଦେଖାଇ ସ୍ୱୀକୃତି ପ୍ରଦାନ କରିଥିଲେ । ସମଗ୍ର ଦେଶର ମୃତ୍ୟୁ ସଂଖ୍ୟାକୁ ଯଦି ଅନୁଧ୍ୟାନ କରାଯାଏ ଏକ ତୃତୀୟାଂଶ କେବଳ ସଡକ ଦୁର୍ଘଟଣା ଜନିତ ହୋଇଥାଏ। ତେଣୁ ଲୋକଙ୍କୁ ସଚେତନ କରିବାପାଇଁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ଏକ ରଥ ମାସସାରା ଜିଲ୍ଲା ସାରା ବୁଲିବ। ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ହେଲମେଟ ଚେକିଂ ଜୋରଦାର କରାଯିବ ତଥା ମଦ୍ୟ ପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ କଡାକଡି ଫାଇନ ଆଦାୟ କରାଯିବ ବୋଲି ଏସପି ଶ୍ରୀ ଜୈନ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ନେତୃତ୍ୱରେ ସ୍ଥାନୀୟ ସ୍ବେଛାସେବି ଅନୁଷ୍ଠାନ କଦମ ର ସମ୍ପାଦିକା ଯ।ଜ୍ଞସେନି ମହାପାତ୍ର ଓ ତାଙ୍କର ସଦସ୍ୟ ଏକ ସଚେତନତା ରାଲି ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ।
Sign in
Sign in
Recover your password.
A password will be e-mailed to you.