ଧାନ ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଭିତରେ ଅସନ୍ତୋଷ 

0 2

ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ମାରି ଜାତୀୟ ରାଜପଥ ୩୫୩ ଅବରୋଧ କଲେ ଚାଷୀ

ନୂଆପଡା(ଅମିତ ପୁରୋହିତ) :ନୂଆପଡା ଜିଲ୍ଲା ଧାନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଛି। ବାରମ୍ବାର ଚାଷୀ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି।ଏ ନେଇ ଆଜି ଉତ୍ୟକ୍ତ ଚାଷୀ ନୂଆପଡା ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଙ୍କୁ ବହୁ ସଂଖ୍ୟାରେ ଭେଟିବା ପାଇଁ ଆସିଥିଲେ।କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟ ର କଥା କୌଣସି ଅଧିକାରୀ ଙ୍କ ସହିତ ସାକ୍ଷାତ ହୋଇପାରିଲା ନାହିଁ।ଚାଷୀ ଉତ୍ୟକ୍ତ ହୋଇ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା ପକେଇଥିଲେ।ତା ପରେ ମଧ୍ୟ କେହି ବି ଚାଷୀ ଙ୍କ ସହିତ ଆଲୋଚନା କରି ନଥିଲେ।ଚାଷୀ ଆହୁରି ଉତ୍ୟକ୍ତ ହୋଇ ଜାତୀୟରାଜପଥ 353 କୁ ଅବରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାରେ ବସି ରହିଥିଲେ । ପରେ ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠି ଘଟଣା ସ୍ଥଳକୁ ଆସି ଲିଖିତ ପ୍ରତିଶୃତି ଦେଲେ ଯେ ଆସନ୍ତା କାଲି ଠାରୁ ଜିଲ୍ଲା ର ସମସ୍ତ ମଣ୍ଡିରୁ ସମସ୍ତ ପଞ୍ଜିକୃତ ଚାଷୀ ଙ୍କ ଧାନ ଉଠାଣ ହେବ।ଜିଲ୍ଳାପାଳ ସ୍ଵଦ୍ଧ|ଦେବ ସିଂ ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଯଦୁମଣି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ମୌଖିକ ପ୍ରତିଶୃତି ଦେଲେ ଯେ,ଜିଲ୍ଲାର ସମସ୍ତ ଚାଷୀ ଙ୍କ ଧାନ ଉଠା ଯିବ। ଏହାପରେ ଆନ୍ଦୋଳନକାରୀ ଆନ୍ଦୋଳନ ରୁ ଓହରି ଥିଲେ। ତେବେ ଏ ନେଇ ଜିଲ୍ଲାପାଳ ଙ୍କୁ ଏ.ଡି.ଏମ. ଙ୍କ ମାଧ୍ୟମରେ ଲିଖିତ ପତ୍ର ଦିଆଯାଇଛି ଯେ,ଆସନ୍ତା ୪୮ଘଣ୍ଟା ଭିତରେ ଯଦି ମଣ୍ଡିରୁ ସବୁ ଧାନ ଖାଲି କରା ନ ଯିବ ତେବେ ଆସନ୍ତା ୨୧/୧/୨୦୨୧ ଦିନ ହଜାର ହଜାର ସଂଖ୍ୟାରେ ଚାଷୀ ଆସିବେ ଓ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ ରୂପେ ଅଚଳ କରାଯିବ। ଏହି ଆନ୍ଦୋଳନରେ ଅଭିନ୍ନ ପୁରୋହିତ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଭକ୍ତ ଧରୁଆ,କଲ୍ୟାଣ ଅହୀର, ମୀନକେତନ ମାଝି, ଗରିବସେନା ର ଆବାହକ ରବି ମଙ୍ଗରାଜ,ଶଙ୍କର ଅହୀର,ଶିବ ପାତ୍ର, ବୃନ୍ଦାବନ ପ୍ରଧାନ,ଗୌରମଣି ବିଭାର,ପ୍ରିୟବନ୍ଧୁ ପାଢ଼ୀ, ପ୍ରମୁଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ | 

 

 

Leave A Reply

Your email address will not be published.