ନିରଞ୍ଜନଙ୍କ ଉପରେ ଆକ୍ରମଣ ଘଟଣା : ଡ଼ିଜିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣ  କରିଥିବା  ଅଭିଯୁକ୍ତଙ୍କୁ  ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି ଶ୍ରୀ ଅଭୟଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀ ଏବଂ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି  ।

ଏହି ଦାବି ପତ୍ରରେ ଉକ୍ତ ଘଟଣା କେବଳ କେନ୍ଦୁଝର ଜିଲ୍ଳାରେ ଆଲୋଡନ ସୃଷ୍ଟି କରିନାହିଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଓଡ଼ିଶାବାସୀ ତଥା ନିରଞ୍ଜନ ବାବୁଙ୍କୁ ଭଲ ପାଉଥିବା ବ୍ୟକ୍ତିମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି । ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିକଟସ୍ତ କେନ୍ଦୁଝର ଥାନାରେ ଏତଲା ଦେବାପରେ ଜଣେ ବିଜେପି ଦଳର ଯୁବମୋର୍ଚ୍ଚାଙ୍କୁ ମାତ୍ର ଗରିଫ କରି ଅନ୍ୟ ସଂପୃକ୍ତ ଅସମାଜିକ ଯୁବକ ତଥା ମାଷ୍ଟର ମାଇଣ୍ଡକୁ ଗିରଫ ନକରିବା, ଗାଡ଼ିକୁ ଜବତ ନକରିବା ପୋଲିର ପାରିବା ପଣିଆକୁ ପଦାରେ ପକାଇଛି ବୋଲି ଏହି ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅବଗତ କରାଇ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ୟାସିର ନୱାଜ, ଗିରିବାଳା ବେହରା, ନିଶିକାନ୍ତ ମିଶ୍ର, ସୁବ୍ରତ ମହାପାତ୍ର,  ଦୀପକ ମହାପାତ୍ର, ଅଶୋକ ସ୍ୱାଇଁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.