ଓଡିଶାର ତୃତୀୟ ଫିଲାଟେଲୀ ବ୍ୟୁରୋ ସମ୍ବଲପୁରରେ ଉଦଘାଟିତ

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡିଶାର ତୃତୀୟ ‘ଫିଲାଟେଲୀ ବ୍ୟୁରୋ’ ସମ୍ବଲପୁର ଠାରେ ଉଦଘାଟିତ ହୋଇଯାଇଛି। ଏହି ବ୍ୟୁରୋ ମାଧ୍ୟମରେ ଷ୍ଟାମ୍ପ କଲେକ୍ସନ କରୁଥିବା ବ୍ୟକ୍ତି ଓ ଦୁର୍ଲଭ ଷ୍ଟାମ୍ପ ବିକ୍ରି / ଦାନ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନଙ୍କୁ ବିଶେଷ ସହାୟକ ହେବ। ଏହା ସହିତ ଡାକ ବିଭାଗ ଦ୍ୱାରା ଷ୍ଟାମ୍ପ ସର୍ମ୍ପକିତ ଦିଆଯାଉଥିବା ବିଭିନ୍ନ ସେବା ଗୁଡିକ ମଧ୍ୟ ସୁବିଧାରେ ଜନତାଙ୍କୁ ଉପଲବ୍ଧ ହେବ। 

ସମ୍ବଲପୁର ମୁଖ୍ୟ ଡାକ ଘର କୋଠାରେ ଉଦଘାଟିତ ହୋଇଛି ଓଡିଶାରେ ତୃତୀୟ ଏବଂ ଭାରତରେ ୭୫ତମ ଫିଲାଟେଲୀ ବ୍ୟୁରୋ କାର୍ଯ୍ୟଳୟ ।।ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ  ମୁଖ୍ୟ ଡାକଘର କୋଠାରେ ଏହି ଫିଲାଟେଲୀ ବ୍ୟୁରୋର ଉଦଘାଟନ କରିଛନ୍ତି। ଏହି ଫିଲାଟେଲୀ ବ୍ୟୁରୋ କାର୍ଯ୍ୟଳୟରେ ଭାରତୀୟ ପେଷ୍ଟୋଜ ଷ୍ଟାମ୍ପର ସଂଗ୍ରହାଳୟ ସହିତ ଫିଲାଟେଲୀ ଡିପୋଜିଟ ଏକାଉନ୍ଟ, ନିଜ ନାମରେ ଷ୍ଟାମ୍ପ ମୁଦ୍ରଣ କରାଇବା, ନୂତନ ସ୍ପେଶାଲ କଭର ର କଲକ୍ସେନ, ଫାଷ୍ଟ ଡେ କଭର, ବାର୍ଷିକ ପ୍ୟାକ, ସୋଭନିୟର ସିଟ ଆଦି ସେବା ଦିଆଯିବ। ଏହି ଫିଲାଟେଲୀ ବ୍ୟୁରୋ ମଧ୍ୟରେ ସମ୍ବଲପୁର ପୋଷ୍ଟାଲ ରିଜନ ଅଧିନସ୍ଥ ୭ଟି ଡିଭିଜନ ଯଥା ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ, ଢ଼େଙ୍କାନାଳ, କେନ୍ଦୁଝର, ରାଉରକେଲା ଏବଂ ଆରଏମଏସ ଡିଭିଜନ ରହିଛି। ସମସ୍ତ ଡିଭିଜନ ଅର୍ନ୍ତଗତ ୧୦ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ଅନୁଗୁଳ ଜିଲାର ବାସିନ୍ଦା ମାନେ ଏହି ଫିଲାଟେଲୀ ବ୍ୟୁରୋରୁ ସୁବିଧା ପାଇପାରିବେ। 

ପୂର୍ବରୁ ରାଜ୍ୟ ର କଟକ ଓ ଭୁବନେଶ୍ୱରରେ ଡାକ ବିଭାଗ ପକ୍ଷରୁ ଫିଲାଟେଲୀ ବ୍ୟୁରୋ ଖୋଲାଯାଇଛି। ଏହି ବ୍ୟୁରୋ ମାଧ୍ୟମରେ ଷ୍ଟାମ୍ପ କଲେକ୍ସନ କରୁଥିବା ବ୍ୟକ୍ତି ଓ ଦୁର୍ଲଭ ଷ୍ଟାମ୍ପ ବିକ୍ରି / ଦାନ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନଙ୍କୁ ବିଶେଷ ସହାୟକ ହେବ। ଏହା ସହିତ ଡାକ ବିଭାଗ ଦ୍ୱାରା ଷ୍ଟାମ୍ପ ସର୍ମ୍ପକିତ ଦିଆଯାଉଥିବା ବିଭିନ୍ନ ସେବା ଗୁଡିକ ମଧ୍ୟ ସୁବିଧାରେ ଜନତାଙ୍କୁ ଉପଲବ୍ଧ ହେବ। ଏଠାରେ ଅନେକ ଦୁର୍ଲଭ ଷ୍ଟାମ୍ପ ଗୁଡିକର ଏକ କଲେକ୍ସନ ପ୍ରଦର୍ଶିତ କରାଯାଇଛି। ଏହା ପ୍ରତ୍ୟହ ସକାଳ ୯ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସମ୍ବଲପୁର ଡାକ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

  ସମ୍ବଲପୁରରେ ପୋଷ୍ଟ ଅଫିସ ୧୮୨୪ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏବେ ନୂତନ ଭାବରେ ଫିଲାଟେଲୀ ବ୍ୟୁରୋ କାର୍ଯ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି। ଏଥିଯୋଗୁ ସାଧାରଣ ଲୋକ ବେଶ ଉପକୃତ ହେବା ଆଶା କରାଯାଉଛି ।

Leave A Reply

Your email address will not be published.