ମାଲକାନଗିରି(ବି ଶ୍ରୀନିବାସ ପାତ୍ର): କିଛିଦିନ ହେବ ଓଡ଼ିଶାର ମାଲକାନଗିରି ର ବିଭିନ୍ନ ପ୍ରାନ୍ତର ଦୋକାନ ବଜାର ମାନଙ୍କରେ ବିକ୍ରି ପାଇଁ ମନାଥିବା କ୍ଷୀର ପ୍ୟାକେଟ୍ ଏବେ ଅଧିକ ମାତ୍ରାରେ ବିକ୍ରି ହେଉଛି । ଏମଭି 79 ଅଞ୍ଚଳ ରେ ଥିବା ସ୍ଥାନୀୟ ବଜାରରେ ପ୍ରାୟ ସମସ୍ତ କିରାନା ଦୋକାନରେ ଏବେ ନନ୍ଦିନୀ ସୁରକ୍ଷା ନାମକ ଏକ କ୍ଷୀର କମ୍ପାନୀର କ୍ଷୀର ବହୁଳ ମାତ୍ରା ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାଶ ଯେ କର୍ଣାଟକର ଏକ ଦୁଗ୍ଧ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି କ୍ଷୀର ପ୍ୟାକେଟ୍ ଉପରେ ଏହାକୁ ବାହାରେ ବିକ୍ରି କରିବା ପାଇଁ ମନା ହୋଇଥିବା ବେଳେ ଏହା ସରକାର ଯୋଗାଉଥିବା ଉଲ୍ଲେଖ ରହିଛି। କିନ୍ତୁ ଏହା କିଭଳି ବାହାରେ ବିକ୍ରି ହେଉଛି ତାହାକୁ ନେଇ କିଛି ବୁଦ୍ଧିଯିବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ଏହା କେବଳ ଅଙ୍ଗନବାଡ଼ି କେନ୍ଦ୍ର କୁ ଯୋଗା ଯାଉଥିବା ମଧ୍ୟ ଲେଖା ଯାଇଛି। ହେଲେ ଏହି କ୍ଷୀର ଏବେ ବହୁଳ ମାତ୍ରା ରେ ଦୋକାନ ମାନଙ୍କରେ ବିକ୍ରି ହେଉଛି। ଅଞ୍ଚଳରେ ପ୍ରତି ଘରେ ବିଭିନ୍ନ ସମୟରେ ଏହି କ୍ଷୀର ବ୍ୟବହୃତ ହେଉଥିବା ବେଳେ ଏହା କେଉଁଠାରୁ ଆସୁଛି ଏବଂ କେଉଁ ବ୍ୟକ୍ତି ଏହି କଳା କାରବାରରେ ସାମିଲ ଅଛନ୍ତି ତାହା ଅନୁସନ୍ଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.