ରାଜ୍ୟ କାୟାକଳ୍ପ ଟିମର ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ କାୟାକଳ୍ପ ଟିମ୍ ନିଜ ପରିଦର୍ଶନ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସରେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଡ଼ାକ୍ତର ଶୁଭାଶିଷ ମହାନ୍ତି ଙ୍କ ନେତୃତ୍ବରେ ଗଠିତ ଟିମ୍ ରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡିଶାର ପ୍ରଶାନ୍ତ କୁମାର ଦାସ ଓ ୟୁନିସେଫର ଡ଼ାକ୍ତର ଆଶୁତୋଷ ପାଢୀ ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବଛତା ପରିଚାଳନା,ପ୍ରସୂତୀ ଗୃହ ପରିଚାଳନା,ସାଧାରଣ ପରିମଳ ବ୍ୟବସ୍ଥା, କର୍ମଚାରୀଙ୍କ ସମୟାନୁବର୍ତ୍ତୀତା,ନମୁନା ପରୀକ୍ଷାଗାର,ବର୍ଜ୍ୟବସ୍ତୁ ସର୍ବେକ୍ଷଣ, ଷ୍ଟାପ ନର୍ସ ଓ ସଫେଇ କର୍ମଚାରୀ ମାନଙ୍କ ସଂକ୍ରମଣ ଆତ୍ମସୁରକ୍ଷା,ବର୍ଜ୍ୟବସ୍ତୁ ବିନଷ୍ଟୀକରଣ ସ୍ଥାନ ଆଦିକୁ ପୁଙ୍ଖାନୁପୁଙ୍ଖ ଭାବେ ଭାବେ ବୁଲି ଦେଖିଥିଲେ।

ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ଃ ମୋହନ ହେମ୍ବ୍ରମ ଉପସ୍ଥିତ ରହି କାୟାକଳ୍ପ ଟିମ୍ କୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ବୁଲାଇ ଦେଖାଇଥିଲେ।

ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ ଶ୍ରୀମତି ମନଦର୍ଶୀନୀ ମିଶ୍ର ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ସୂଚାର ରୂପେ ପରିଚାଳନା କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନବନିର୍ମିତ ଔଷଧୀୟ ଉଦ୍ୟାନ, ପୁଷ୍ପ ଉଦ୍ୟାନ ବୁଲାଇ ଦେଖାଇବା ସହ କେନ୍ଦ୍ର ରେ ଉପଲବ୍ଧ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ।

 

Leave A Reply

Your email address will not be published.