ପଦ୍ମପୁର(ଶାସକପ୍ରଶାସକ)-ମନୋହର ସାଂସ୍କୃତିକ ସଂସଦ ଭେଡେନ ଓ ଘାଏ ଦେଖତ ଗାଇସିଲାଟ ର ମିଳିତ ଉଦ୍ୟମକ୍ରମେ ଆସନ୍ତା ଜାନୁଆରୀ ୨୩ ତାରିଖ ବୀରସୁରେନ୍ଦ୍ର ସାଏ ଓ ସୁବାଷ ବୋଷ ଜୟନ୍ତୀ ଗାଇସିଲାଟ ଠାରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂସଦ ର ସଭାପତି ଉତ୍ପନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଜୟନ୍ତୀ ସଭା,ସମ୍ବର୍ଦ୍ଧନା ସଭା ,ପୁସ୍ତକ ଉନ୍ମଚନା,କବିତା ପଠୋତ୍ସବ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ରଖିବା ପାଇଁ ସ୍ଥିର କରାଯାଇଛି। ସକାଳୁ ୯ ଘଟିକରୁ ସଭା ଆରମ୍ଭ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ସଭା ଚଳିବା ପାଇଁ ସ୍ତିରକୃତ ହୋଇଥିଲା।ଉକ୍ତ ବୈଠକ ଶ୍ରୀ ନିରଞ୍ଜନ ପଣ୍ଡା,କୃଷ୍ଣଚନ୍ଦ୍ର ଭୋଇ,ଦିଲୀପ ଦେବତା,ମୋହନ ସିଂ କହ୍ନେଇ,ସନ୍ତୋଷ କୁମାର ତ୍ରିପାଠୀ,ବିନୋଦ ବୈକାର,ବୈରାଗୀ ସାହୁ,ନିମାଇଁ ସାହୁ,ଚିରାନନ୍ଦ ଭୋଇ,ହିମାଂଶୁ ଭୋଇ,ଗୋପାଳ ଭେସରା,ସଦାଶିବ ଦୀପ,ନବୀନ କୁମାର ସାହୁ,ରୁକ୍ମଣ ଦିଶ୍ରୀ,ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ଶେଷରେ ତେଜରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲ।
Sign in
Sign in
Recover your password.
A password will be e-mailed to you.