କୄଷି ଆଇନ ବିରୋଧରେ ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବିଜେପି ରାଜ୍ୟ କୄଷକ ମୋର୍ଚ୍ଚା  ସଭାପତି ଙ୍କ ଆହ୍ନାନ।

0 2

ରମାକାନ୍ତ ବିଶ୍ବା/.ସମ୍ବଲପୁର – ଦିଲ୍ଲୀ ରେ କୄଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୄଷକ ମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅପିଲ କରିଛନ୍ତି ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ । ଚାଷି ଆନ୍ଦୋଳନ ଓ କୄଷି ଆଇନ ଉପରେ ସୁପ୍ରିମକୋଟ  ରାୟଦେଇ କୄଷି ଆଇନ କୁ ସ୍ଥଗିତ ରଖିବା ପାଇଁ ନିଦ୍ଦେର୍ଶ ଦେବା ପରେ ସମ୍ବଲପୁର ଠାରେ ରାଜ୍ୟ କୄଷକ ମୋର୍ଚ୍ଚାର ସଭାପତି  ପ୍ରଦିପ ପୁରୋହିତ ଏକ ସାମ୍ବାଦିକ ସମ୍ବିଳନିରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ରାୟ କୁ ସମ୍ମାନ ଦେଇ ଚାଷି ସଂଗଠନ ଆନ୍ଦୋଳନ କୁ  ପ୍ରତ୍ୟାହାର  କରିବା କଥା  । ଯେହେତୁ ସୁପ୍ରିମକୋର୍ଟ ଆଳୋଚନା ମାଧ୍ୟମରେ କୄଷି ଆଇନ ରେ ଥିବା ମତଭେଦ ଦୁର କରିବା ପାଇଁ ଚାଷି ସଂଗଠନ ଓ ସରକାର ଙ୍କୁ କହିଛନ୍ତି ତେଣୁ ଆଳୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବା ପାଇଁ ଚାଷି ସଂଗଠନ ଆଗେଇ ଆସିବାକୁ ସେ ଅପିଳ କରିଛନ୍ତି । 

Leave A Reply

Your email address will not be published.