ଭଞ୍ଜନଗର ( ନିଲୁ ବିଷୋୟୀ ) – ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଦିନିକିଆ ଭଞ୍ଜନଗର ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜଙ୍ଗଲ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଘୁମୁସର ଉତ୍ତର ଡିଭିଜନର ଡିଏଫଓ ଅଭୟ କୁମାର ଦଳେଇ ସମେତ ଆର. ଏନ. ବି, ଇରିଗେସନ ଇ. ଇ ଏବଂ ଅନ୍ୟ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ଅଧୋପନ୍ତରୀୟ କାର୍ଯ୍ୟକୁ ତୁରନ୍ତ ସାରିବା ସହ ଏମଜିଏନଆରଜିଏ କାର୍ଯ୍ୟରେ ଲୋକେ କିଭଳି କାମ ପାଇପାରିବେ ସେଥିପ୍ରତି ଦୁଷ୍ଟି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହା ଛଡା ଡ୍ରେନ ଗୁଡିକୁ ନିୟମିତ ବ୍ୟବଧାନରେ ସଫା କରିବାକୁ ନିର୍ଦେଶ ସହ ଦୋକାନୀ ମାନେ ଯେପରି ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇ ଡଷ୍ଟବିନ ରେ ପକେଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.