ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୈଜ୍ଞାନିକ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଛନ୍ତି ଆସିକା ବ୍ଲକ୍ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମର ସୁନାପୁଅ ଓମ୍ ଶୁଭମ୍ ବେବର୍ତ୍ତା । ଆଇଆଇଟି ରେ ପାଠ ପଢୁଥିବା ବେଳେ ବର୍ତ୍ତମାନ ମୁମ୍ବାଇର ଭାବା ଅଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ପାଠ ପଢିବା ସକାଶେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ପିଲାବେଳୁ ବୈଜ୍ଞାନିକ ହେବା ପାଇଁ ସେ କଠିନ ପରିଶ୍ରମ କରୁଥିଲେ । ତାଙ୍କର ମାଆ ସଞ୍ଜୁକ୍ତା ବେବର୍ତ୍ତା ଜଣେ ଆଇନଜୀବୀ ଥିବାବେଳେ ବାପା ବିଭୁତି ଭୂଷଣ ବେବର୍ତ୍ତା ବାଲିପଦର କଲେଜରେ ଅର୍ଥନୀତି ବିଭାଗ ଅଧ୍ୟାପକ ଭାବେ କାର୍ଯ୍ୟରତ । ବାଲିପଦର କଲେଜକୁ ସରସ ସୁନ୍ଦର କରିବାରେ ଶ୍ରୀ ବେବର୍ତ୍ତା ସହଯୋଗ ଅତୁଳନୀୟ , ଈଶ୍ୱର ଶ୍ରୀ ବେବର୍ତ୍ତା ପରିବାରର ପାରମ୍ପରିକ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ବୋଲି କଲେଜ ଅଧ୍ୟକ୍ଷ ଡଃ. ବି.ପ୍ରକାଶ ଚନ୍ଦ୍ର ପାତ୍ର ସନ୍ତୋଷ ପ୍ରକାଶ କରିବା ସହ ଉତ୍ତମ କର୍ମଫଳ ସ୍ୱରୁପ ଆଜି ଓମ୍ ଶୁଭମ୍ ସୁନାମ ସାଉଁଟିବା କଥା କହିଛନ୍ତି । ଏହି ଖୁସିରେ କୈଳାସ ଚନ୍ଦ୍ର ସେନାପତି, କାମେଶ୍ୱର ବେହେରା, ସରୋଜକାନ୍ତ ଦାସ, ଶିଶିର ନାୟକ, ଡଃ.ଦୀଲିପ କୁମାର ପଟ୍ଟନାୟକ, ଦାମୋଦର ଦାସ, ସୁଶାନ୍ତ କୁମାର ପଣ୍ଡା ,ସିମାଞ୍ଚଳଦାସ,ସନ୍ତୋଷ ପରିଡା, ପ୍ରଦ୍ୟୁମ୍ନ ପାଢ଼ୀ, ଭାବଗ୍ରାହୀ ମହାପାତ୍ର, ଅଧ୍ୟାପିକା ସୁଜାତା ପଟ୍ଟନାୟକ,ସ୍ମିତାରାଣିସାହୁ, ଏବଂ ସମାଜସେବୀ ଜି.ରାଜେଶ୍ୱର ପାତ୍ର, କୈଳାସ ଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ସେଠୀ, ଜୟନ୍ତ କୁମାର ହୋତା, ଡଃ.ବିବେକାନନ୍ଦ ପଟ୍ଟନାୟକ, ଡଃ.ଏ.ଜିତେଶରାଓ ଦୋରା, ଗୋପିନାଥ ମହାନ୍ତି ଓ ଜ୍ଞାନଚାନ୍ଦ ଗୌଡ ପ୍ରମୁଖ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତର ଉନ୍ନତି କାମନା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post