୪୯ ବୋତଲ ବିଦେଶୀ ମଦ ଜବତ ଯୁବକ ଗିରଫ

0 2

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବେଆଇନ ମଦ କାରବାର ଉପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ପୋଲିସ ବୁଧବାର ବଂଶାଜାଲ ଗ୍ରାମ ନିକଟରେ  ଚଢ଼ାଉ କରି ବିଦେଶୀ ମଦ ସହିତ ଜଣେ ଯୁବକଙ୍କୁ ଗିରଫ କରା ଯାଇଛି। ଗିରଫ ଯୁବକ ଜଣକ ହେଲେ  ରେଢାଖୋଲ ସହରର ସଞ୍ଜୀବ ପ୍ରଧାନ(୨୫)।  ଗିରଫ ଯୁବକ ଜଣକ ଚୋରା ଚାଲାଣ କରିବା ପାଇଁ ନେଇ ବିଦେଶୀ ମଦ ନେଇ କରି ଯାଉ ଥିବା ବେଳେ ଚାରମାଳ ଥାନା ପୋଲିସ ଚଢ଼ାଉ କରି ତାଙ୍କ ପାଖରୁ ୪୯  ବୋତଲ ବିଦେଶୀ ମଦ ଜବତ କରି ଥିଲେ। ଏ ସଂକ୍ରାନ୍ତରେ ଚାରମାଳ ଥାନା କେସ ନମ୍ବର୦୬/୨୦୨୧ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.