ବୁଗୁଡ଼ା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାର ବିଶିଷ୍ଟ ଶିକ୍ଷାବିତ ଜିଲ୍ଲା ଶିକ୍ଷାଧିକାରୀ ତଥା ବୁଗୁଡା ପିପୁଲସ ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନଙ୍କ ଜାନୁୟାରୀ ୧୧ ତାରିଖ ଦିନ ବୁଗୁଡା ସହରର ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୮୦ ବର୍ଷ ହୋଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ସ୍ବର୍ଗତ ପ୍ରଧାନ ଜଣେ ସରଳ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିବା ବେଳେ ତାଙ୍କର ପରଲୋକରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.