ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା ; ଯୁବତୀ ହତ୍ୟାକାଣ୍ଡର ଫର୍ଦ।ଫାସ ; ଦମ୍ପତି ଗିରଫ 

0

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ )– ଯୁବତୀଙ୍କ ଘର ବାଲେଶ୍ବର ଆଉ ହତ୍ୟାର ଶିକାର ହେଲେ ଭୁବନେଶ୍ୱର ରେ ଶେଷ ରେ ମୃତ ଦେହ ଉଦ୍ଧାର ହେଲା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ବିଡିପୁର ନିକଟସ୍ଥ ଭୂଷଣ୍ଢପାଳ ଛକ ରାସ୍ତା କଡ ଜମି ମଧ୍ୟରୁ । ଶେଷରେ ଘଟଣାର ଏକ ମାସରୁ ଉର୍ଦ୍ଧ୍ବ ଦିନ ପରେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା ମିଳିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଗତ ଡିସେମ୍ବର 2 ତାରିଖରେ ଭୂଷଣ୍ଢପାଳ ଗ୍ରାମର ଏକ ଜମି ମଧ୍ୟରୁ  ଯୁବତୀର ମୃତଦେହ ଉଦ୍ଧାର କରିଥିଲା। ଏ ନେଇ ଡିସେମ୍ବର୩ ତାରିଖରେ ଜଗନ୍ନାଥପ୍ରସାଦ ଥାନାରେ କେସନମ୍ବର ୨୮୪/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମୃତ ଦେହ ଟି ସ୍ଥାନୀୟ ଅଂଚଳର ହୋଇନଥିବା କାରଣରୁ ପରିଚୟ ଜାଣିବା ପାଇଁ ପୋଲିସ କୁ ପ୍ରାୟ 40 ଦିନରୁ ଉର୍ଦ୍ଧ ସମୟ ଲାଗିଯାଇଥିଲା ।  ଘଟଣାର ତଦନ୍ତ କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ଗଠିତ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୃତଦେହ ନିକଟ ରୁ ମିଳିଥିବାଏକ ମୋବାଇଲର ନମ୍ବର କୁ ଟ୍ରାକିଂ କରି ପୋଲିସ ହତ୍ୟାକାରୀ ନିକଟରେ ପହଞ୍ଚିବା  ପାଇଁ ଖୋଳତାଡ ଆରମ୍ଭ କରିଥିଲା।ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ 1000ରୁ ଅଧିକ ହୁଆଟ ସପ ନମ୍ବର କୁ  ଯୁବତୀର ଫୋଟ କୁ ଛାଡିଥିଲା। ଭୁବନେଶ୍ୱର ର ଜଣେ ବ୍ୟକ୍ତି  ମୃତ ଯୁବତୀଙ୍କୁ  ଚିହ୍ନଟ କରିବା ପରେ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚିବା ପାଇଁ ସୁରାକ ମିଳିଥିଲା। ଉକ୍ତ ଯୁବତୀ ଜଣକ ବାଲେଶ୍ୱର ରୁ ଆସି ଭୁବନେଶ୍ୱର ଭାରତପୁର ଅଂଚଳର ଜଣେ ବ୍ୟବସାୟୀଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।କିନ୍ତୁ ସେଠାରେ ଘର ମାଲିକ ଅଧିକ ଘର କାମ କରିବାକୁ ବାଧ୍ୟ କରୁଥିଲେ । ଯୁବତୀ ଜଣକ କାମ କରିବା ପାଇଁ ଅରାଜି ପ୍ରକାଶ କଲେ ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି  । ହଠାତ ନିର୍ଯ୍ୟ।ତନା ଦେଉଥିବା ସମୟରେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଶେଷରେ ଏକ ଓଲା କାର ବ୍ୟବହାର କରି ଆଣି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ନିକଟସ୍ଥ  ଭୂଷଣ୍ଡପାଳ ଛକ ଠାରେ ଝିଅର ଶବକୁ ଫୋପାଡି ଦେଇ ଚାଲିଯାଇଥିଲେ ।ମୃତ ଯୁବତୀର ପରିଚୟ ମିଳିବା ପରେ ତାର ବାପା ଙ୍କୁ ଡକାଯାଇ  ଶବର ଫୋଟ ଗୁଡିକୁ ଦେଖାଇବା ପରେ ଶବ ଚିହ୍ନଟ ହୋଇଥିଲା। ଶେଷ ରେ ଉକ୍ତ ଘଟଣାର ପୋଲିସ ତଦନ୍ତ କରି ଦମ୍ପତ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦମ୍ପତି  ହେଲେ ମାନସ ରଞ୍ଜନ ପାଇକରାୟ,ସରୋଜିନୀ ସାହୁ।ସେମାନଙ୍କ ଠାରୁ ଛଅ ଟି ମୋବାଇଲ ,ଓଲା କାର କୁ ଜବତ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ରେ  ୪ଟି ଥାନାର ଅଧିକାରୀ ମାନେ ସାମିଲ ହୋଇଥିଲେ।  ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସପି ଶ୍ରୀ ରାୟ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.