“ବିଜୁଳି” ଠକ :ଲୋକ କାବୁ କରି ଦେଲେ ପୋଲିସ ଜିମା 

0

 ବିଦ୍ୟୁତ ବିଲ ଆଦାୟ ସମୟରେ ନକଳି ବିଦ୍ୟୁତ କର୍ମଚାରୀ ମାନଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ  ।

ପଦ୍ମପୁର(ଶାସକ ପ୍ରଶାସକ) : ବିଦ୍ୟୁତ ବିଭାଗ କର୍ମଚାରୀ ସାଜି ବିଦ୍ୟୁତ ବିଲ ଆଦାୟ କରୁଥିବା ସମୟରେ ନକଲି  ଦୁଇ ବିଦ୍ୟୁତ କର୍ମଚାରୀକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି  ସାଲେଗେଡି ଗ୍ରାମବାସୀ  । ଏହି ଦୁଇ ଜଣ ଯୁବକ ବିଦ୍ୟୁତ ବିଭାଗ କର୍ମଚାରୀ ପରିଚୟ ଦେଇ  ସାଲେଗେଡି ଗ୍ରାମରେ ଲୋକଙ୍କ ଠାରୁ ବିଦ୍ୟୁତ ବିଲ ଅସୁଲ କରିଥିଲେ । ଲୋକଙ୍କୁ ଏହି ଦୁଇ ବ୍ୟକ୍ତି ଉପରେ ସନ୍ଦେହ ସୃଷ୍ଟି ହେବାରୁ ସେମାନେ ପଦ୍ମପୁର ବିଦ୍ୟୁତ ବିଭାଗକୁ ଫୋନ ଯୋଗେ ପଚାରି ଥିଲେ ହେଲେ ବିଦ୍ୟୁତ ବିଭାଗ ଅଧିକାରୀ କୌଣସି ଅଧିକାରୀଙ୍କୁ ବିଦ୍ୟୁତ ବିଲ ଅସୁଲ କରିବା ପାଇଁ ପଠାଇ ନାହାଁନ୍ତି ବୋଲି କହିଥିଲେ । ପରେ ଗ୍ରାମବାସୀ ଏହି ନକଲି ବିଦ୍ୟୁତ କର୍ମଚାରୀ ମାନଙ୍କୁ କାବି କରିଥିଲେ ଏବଂ ପଦ୍ମପୁର ପୋଲିସକୁ ଖବର ଦେଇ ଜିମା  ଦେଥିଲେ  । ପଦ୍ମପୁର ଅଂଚଳରେ ଦୀର୍ଘ ପନ୍ଦର ଦିନ ହେବ ଏପରି ବିଭିନ୍ନ ଗ୍ରାମରେ ଲୋକଙ୍କ ଠାରୁ ବିଦ୍ୟୁତ ବିଲ ଅସୁଲି ହେଉଥିବା ଶୁଣିବାକୁ ମିଲିଛି । ଏହା ଦ୍ୱାରା ଏହି ଠକ ଗୋଷ୍ଠୀ  ଗରିବ ଓ ଖଟିଖିଆ ଲୋକଙ୍କ ହଜାର ହଜାର ଟଙ୍କା ଠକିନେଇ ଯାଉଛନ୍ତି  । ଯାହା ଏବେ ଅଂଚଳରେ ଚିନ୍ତାର  ବିଷୟ ପାଲଟିଛି  । ଏହି ଠକ ବିଦ୍ୟୁତ କର୍ମଚାରୀ ଗ୍ୟାଙ୍ଗର  ଏହି ଦୁଇ ଜଣଙ୍କ ଅନ୍ୟ ମାନଙ୍କୁ ଧରିବା ପାଇଁ ଲୋକେ ଦାବି କରୁଛନ୍ତି  ।

 

 

Leave A Reply

Your email address will not be published.