ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଦ୍ୱାରା ମିଳିତ ଚଢ଼ଉ ସମୟରେ ଅବୈଧ୍ୟ କଫ ସିରଫ, କଫ ଏବଂ ନିଶା ବଟିକା ଜବତ କରାଯାଇଛି। ସୋମବାର ସନ୍ଧ୍ୟା ସମୟରେ ଏ ସର୍ମ୍ପକରେ ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବ. ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I ଅବୈଧ୍ୟ ଭାବରେ ନିଶା କଫ ସିରଫ ଚାଲାଣ ହେଉଥିବାର ବିଶ୍ୱସ୍ତସୂତ୍ରରୁ ଖବର ପାଇ ଟାଉନ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ଼ ଟାଉନ ମଧ୍ୟରେ ବ୍ଲକିଂ କରି ଚେକିଂ କରିଥିଲେ। ବ୍ଲକିଂ ସମୟରେ ୩ଟି ମୋଟର ବାଇକରେ ୪ ଜଣ ବ୍ୟକ୍ତି ଏୟାର ବେଗ ଗୁଡିକରେ ନିଶା କଫ ସିରଫ ଚାଲାଣ କରୁଥିବା ବେଳେ ପୋଲିସ ଧରିଥିଲା। ସେମାନଙ୍କ ନିକଟରୁ ପୋଲିସ ୧୮୩ ଭର୍ତ୍ତି ଠିପି ଖୋଲା ବୋତଲ ଥିବା ଅପମିଶ୍ରିତ କଫ ସିରଫ, ୨୫୦ଟି ସିଲ ଥିବା କଫ ସିରଫ ଏବଂ ୪ ସ୍ଟ୍ରିପ ନିଶା ବଟିକା ଜବତ କରିଛି। ଏହି ନିଶା ଚୋରା ଚାଲାଣରେ ସଂପୃକ୍ତ ଟାଉନ ଥାନା ଅର୍ନ୍ତଗତ ଠେଲକୋପଡାର ରକି ମୁଖି (୨୫), ବୈଦ୍ୟନାଥ ଛକ ମାରୱାଡିପଡାର ରାହୁଲ ମେହେର (୧୯), କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟା ପଡାର ଲକ୍ଷ୍ମଣ ମିଶ୍ର (୪୧) ଏବଂ ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅର୍ନ୍ତଗତ ମଧୁସୁଦନ କଲୋନୀର ଚନ୍ଦନ ପାତ୍ର (୧୯) ଙ୍କୁ ଗିରଫ କରିଛି। ଏହା ସହିତ ପୁଲିସ ୩ଟି ବାଇକ ଓ ୩ଟି ମୋବାଇଲ ଫୋନ ଅଭିଯୁକ୍ତ ମାନଙ୍କ ନିକଟରୁ ଜବତ କରିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ବୋଲି ଏସପି ବି ଗଙ୍ଗାଧର କହିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post