ସମ୍ବଲପୁର ରେ ବିଜେଡି ର  ଯୁବ ଛାତ୍ର ସମ୍ମିଳନୀ 

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ବିଜୁ ଜନତା ଦଳ ପକ୍ଷରୁ ଯୁବ ଓ ଛାତ୍ର ସଙ୍ଗଠନକୁ ସମ୍ବଲପୁର ଜିଲ୍ଲାରେ  ଆହୁରି ଦୃଢ଼ କରିବା ପାଇଁ  ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀର ଆୟୋଜନ କରାଯାଇଛି।  ସମ୍ୱଲପୁର ଠାରେ ଜିଲ୍ଲା ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀର ଅବସରରେ ଏକ ବିଶାଳ ରାଲି ସହର ପରିକ୍ରମା କରିଥିଲା । ଏହି ସମ୍ମିଳନୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର )  ପ୍ରଣବ କୁମାର ବଳବନ୍ତରାୟ , ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ବିଜୁ ଯୁବ ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ସବୁ ବିଜେଡି ଯୁବ ଛାତ୍ର କାର୍ଯ୍ୟକର୍ତ୍ତା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।  ଏଥିରେ  କାର୍ଯ୍ୟକ୍ରମର  ମୁଖ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କ ,ବିଧାୟକ ରୋହିତ ପୁଜାରୀ, କିଶୋର ନାଏକ, ଜିଲ୍ଲା ବିଜେଡି ପଯ୍ୟବେକ୍ଷକ ନଳିନୀକାନ୍ତ ପଧାନ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ,ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ରଙ୍କ ସମେତ ବହୁ ବିଜେଡ଼ି ଯୁବ  ଛାତ୍ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

     

Leave A Reply

Your email address will not be published.