ଗଣେଶ ନଗର କ୍ରିକେଟ କ୍ଲବ  ପକ୍ଷରୁ  କ୍ରିକେଟ ପ୍ରତିଯୋଗିତା ଉଦଯାପିତ।

0

ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ : ରେଙ୍ଗାଲି ବ୍ଲକ  ଗଣେଶନଗର  କ୍ରିକେଟ କ୍ଲବ ପକ୍ଷରୁ ଗଣେଶ ନଗର  କ୍ରୀଡା ପ୍ରାଙ୍ଗଣରେ ଆଜିକୁ ୫ ଦିନ ହେବ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।  ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତି ଦିନ ୩ଟି ମ୍ୟାଚ ଖେଳା ଯାଉଥିଲା ଯେଉଁଥିରେ ପ୍ରତି ଇନିଙ୍ଗସ ରେ ଦଶ ଓଭର ଲେଖାଏଁ ଖେଳ ହେବା ପାଇଁ କ୍ଲବ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା।ସୋମବାର ଅନୁଷ୍ଠିତ ଉଦଯାପନି ଖେଲରେ ପୂର୍ବତନ ବିଧାୟକ  ରମେଶ ପଟୁଆ,  ଯୁବ ବିଜେଡି ନେତା ଏମ.ବି.ସତ୍ୟନ (ଜଟିଆ),  ଟିକୁ ପଟ୍ଟନାୟକ, ଅମିତ ନାଥ, ନାସିର ଅଲ୍ଲି, ସ୍ୱାଗତ ନାୟକ, ସୁସଂବିତ ସାହୁ,ବିରଞ୍ଚି କୁମାର ବିଶ୍ବାଳ   ଅତିଥି ଭାବେ ଯୋଗଦେଇ ଖେଲାଳି ମାନଙ୍କୁ ଭଲ ପ୍ରଦର୍ଶନ ଦେଖାଇବା ପାଇଁ ଉତ୍ସାହିତ କରିଥଲେ। ଆଜି ଫାଇନାଲ ରେ ଲାରିପାଲି ଦଳ ଏବଂ ରେଙ୍ଗାଲି ପୁରୁଣା ବସ୍ତି ଦଲ ମଧ୍ଯ ରେ  ଅନୁଷ୍ଠିତ ହୋଇଥିଲା

ଯେଉଁଥିରେ ଲାରିପାଲି ଦଳ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲେ,  ସୂଚନା ମିଳିଛି ଯେ କୋରନା କୋଭିଡ କଟକଣା ଯୋଗୁଁ  ଏହି କ୍ରିକେଟ ପ୍ରତିଯୋଗିତା ଆୟୋଜକ କେବଳ ଡେ ମ୍ୟାଚ  କରିବା ନିଷ୍ପତ୍ତି ନେଇଛନ୍ତି କଟକଣା ଉଠିଲେ ଆସନ୍ତା ବର୍ଷ ଡେ ନାଇଟ ମ୍ୟାଚ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି l ବିଜୟି ଦଲ ଏବଂ ରନରଅପ ଦଳକୁ ଅତିଥିମାନେ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

        

Leave A Reply

Your email address will not be published.