ରାଜେନ୍ଦ୍ର ନାରାୟଣ ସିଂହଦେଓ ସୁଟିଂ କ୍ଲବର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

0

ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ପି. ପି. ଏକାଡେମୀ ହାଇସ୍କୁଲ ସମ୍ମିଳନୀ କକ୍ଷରେ ୧୦ ମିଟର ଏୟାର ରାଇଫଲ ଓପନ ସାଇଟ୍ ସୁଟିଂ ରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସୂଚନା ଅନୁଯାୟୀ ଉତ୍କଳ କରାଟେ ସ୍କୁଲ, ଭୁବନେଶ୍ବର ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସିନିୟର ସୁଟିଂ ରେ ବିଣା ଥପା ସ୍ଵର୍ଣ୍ଣ ପଦକ, ଟୁଲୁ ସେନ ରୋପ୍ୟ ପଦକ, ଜୁନିୟର ସୁଟିଂ  ରେ ଅମିତ ନନ୍ଦ ରୋପ୍ୟ ପଦକ ହାସଲ କରିଛନ୍ତି। ଆଜି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା  କରିଥିଲେ ।  କୃତି ପ୍ରତିଯୋଗୀମାନେ ଏହି ସଫଳତାଯପଛରେ ଅକ୍ଲାନ୍ତ ପରିଶ୍ରମ  ଓ ପ୍ରଶିକ୍ଷକ ମଧୁସୂଦନ ପୋଢ଼ ଙ୍କ  ପ୍ରଶିକ୍ଷଣ ଫଲରେ ସମ୍ଭବ ହୋଇପାରିଛି ବୋଲି କହିଥିଲେ। ଏହି ସଭାରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ସୁଟିଂ କ୍ଲବ ର ସମସ୍ତ ସଦସ୍ୟ ଓ ମିଡିଆ ବନ୍ଧୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.