କୁଶପଲ୍ଲୀ ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧାନ ଫସଲ ନଷ୍ଟ 

0 1

ଭଂଜନଗର( ନିଲୁ ବିଷୋୟୀ ) –  ଭଞ୍ଜନଗର ନିକଟସ୍ଥ କୁଶପଲ୍ଲୀ ଗ୍ରାମରେ ଗୁରୁବାର ଧାନଖଳାରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ  ପୋଡି ପାଉଁଶ ହୋଇଯାଇଛି। ଅଗ୍ନି ବିପନ୍ନମାନେ ହେଲେ ଶୁକୁରୁ ପାତ୍ର,ସୁରେନ୍ଦ୍ର ପଲେଇ,ପୂଣ୍ଣ ଚନ୍ଦ୍ର ସ୍ବାଇଁ,ଶୁରେଷ ପାତ୍ର,ରିତା ପାତ୍ର ଓସତ୍ୟ ନାରାୟଣ ଜେନା। ପ୍ରାପ୍ତ ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନ ସମୟରେ କୈଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡଟି ଏତେ ଭୟାନକ ଥିଲା ଯେ କ୍ଷଣିକ ମଧ୍ୟରେ ୬ ପରିବାର ୧୦ଏକର ଧାନ ଗଦାକୁ ବ୍ୟାପି ଯିବା ଫଳରେ ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇ ପାରିନଥିଲେ। ଖବର ପାଇ ସଙ୍ଗେସଙ୍ଗେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଂଚି  ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଥିଲେ । ତେବେ ଏହି  ଅଗ୍ନିକାଣ୍ଡ କେମିତି ଘଟିଛି ଏହାର ସଠିକ ତଥ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଅପରପକ୍ଷରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସ୍ତରରେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

Leave A Reply

Your email address will not be published.