ପ୍ରତାପୁର ସାହିତ୍ୟଘର ବନ୍ଧୁମିଳନ ଆସର 

0 1

ଭଞ୍ଜନଗର / ଜଗନ୍ନାଥ ପ୍ରସାଦ ( ନିଲ ବିଷୋୟୀ ) – ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ସାହିତ୍ୟ ଘର ପକ୍ଷରୁ 2021 ନୁଆଁ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ କୁଡୁତାଇ ଭାଲୁମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥିଭାବେ ସାହିତ୍ୟ ସାଧକ ଡ ପ୍ରଦୀପ ପଟ୍ଟନାୟକ , ଜଗନ୍ନାଥପ୍ରସାଦ ସାହିତ୍ୟଘର ସଭାପତି ପ୍ରଦୀପ୍ତ କିଶୋର ଭୁଁୟା ଅଂଶଗ୍ରହଣ କରିଥିଲେ । ଗଞ୍ଜାମର ଲୋକସାହିତ୍ୟ ଓ କଳା ଉପରେ ବିସତୀର୍ଣ୍ଣ ଭାବେ ଆଲୋଚନା ହୋଇଥିଲା । ଏଥିରେ ଅନେକ ସାହିତ୍ୟିକ ବଚ୍ଛ ବିଷୋୟୀ, ଅଖିଳକାନ୍ତ ମହାପାତ୍ର, ଶମ୍ଭୁ ନାୟକ, ପ୍ରଶାନ୍ତ କୁମାର ନାୟକ, ରବୀନ୍ଦ୍ର ନାୟକ, ରାମେଶ ଚନ୍ଦ୍ର ପାଢ଼ୀ, ଖଦାଳ ନାୟକ, ବିଜୟଚନ୍ଦ୍ର ଗୌଡ଼, ସିଏଚ ହରିଚନ୍ଦ୍ର ପାତ୍ର, ଜଗନ୍ନାଥ ପାଣିଗ୍ରାହୀ, ଆକୁଳଭଞ୍ଜନ ନାୟକ, ଶୁଭେନ୍ଦୁ କୁମାର ଗୌଡ଼, ଦେବେନ୍ଦ୍ର କୁମାର ପାଣିଗ୍ରାହୀ, କୃପାସିନ୍ଧୁ ବେହେରା, ଓ ବିଣାପାଣି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମହାମାରୀ କରୋନା ର ଭୟାବହ ଓ ଏହାର ସତର୍କତା ଊପରେ ଆଲୋଚନା କରିଥିଲେ । ନୂତନବର୍ଷର କୁ ନେଇ କବିତା ପାଠ ମାଧ୍ୟମରେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ସଭାପତି ଗୌରୀଶଙ୍କର ରାୟଗୁରୁ ଏହାକୁ ପରିଚାଳନା କରିଥିବା ବେଳେ ଧନଞୟ ପଟ୍ଟନାୟକ ସଂଯୋଜନା କରିଥିଲେ । ଶେଷରେ ଶୁଭେନ୍ଦୁ ଗୌଡ଼ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.