ଖୋଲିଲା ସ୍କୁଲ , ଉତ୍ସାହିତ ଛାତ୍ରଛାତ୍ରୀ ,

0 1

ବରଗଡ :- ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ଆଜି ରାଜ୍ୟର ସ୍କୁଲ ଗୁଡିକ ଖୋଲିଛି । ତେବେ ରାଜ୍ୟ ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା କୋବିଡ଼19 ଗାଇଡ଼ଲାଇନ ମୁତାବକ ସ୍କୁଲ ପରିଚାଳନା କରିବା ନିମନ୍ତେ ସରକାରଙ୍କ ନିର୍ଦେଶ ରହିଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ସବୁ ଖୋଲିଛି । ଦୀର୍ଘ 9 ମାସ ପରେ ଛାତ୍ରଛାତ୍ରୀ ମାନେ ମାଡିଛନ୍ତି ସ୍କୁଲ ବାରଣ୍ଡା । ମନରେ ଅନେକ ଖିସି ଓ ଉତ୍ସାହ ସହିତ ଚିନ୍ତିତ ମଧ୍ୟ ଅଛନ୍ତି । କେମିତି ଭାବରେ ସରିବ ଶହେ ଦିନରେ ପାଠ ପଢା ? ତେବେ ଜାହାଭି ହେଉ ସ୍କୁଲ ଖୋଲିଛି । ସରକାର ଙ୍କର ନିର୍ଦେଶ ମୁତାବକ ସ୍କୁଲ କୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସାନିଟାଇଜର ରେ ହାତ ଧୁଆଇବା ସହିତ ସାମାଜିକ ଦୁରତା ରଖି ପାଠପଢା ଆରମ୍ଭ କରାଯିବା ସହିତ ସ୍କୁଲ ଜର୍ମାଚାରି ମନେ ସମସ୍ତ ନିୟମ କୁ କଡାକଡି ଭାବରେ ପାଳନ କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.