ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ଖବର ଅନୁସାରେ ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଚଢ଼ାଉ ସମୟରେ ଏନଆରଏଚଏମ୍ ର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡିଛନ୍ତି ।
http://www.youtube.com/watch?v=IcWA0x1v0W4
ଖବର ଅନୁଯାୟୀ, ଏନଆରଏଚଏମ୍ ର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ ଏକ ନିର୍ମାଣ କାମର ବିଲ କରିବା ପାଇଁ ଡିପିଏମଙ୍କୁ ଅନୁରୋଧ କରିଥିଲେ । ଡିପିଏମ ସୁଦୀପ କେସ ବିଲ ପାସ କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ହାଜର ହୋଇ କେସ ଦାୟର କରିବା ପରେ ଆଜି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ସନ୍ଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ ।ଡିପିଏମ ସୁଦୀପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଢିଥିଲେ । ଡିପିଏମ ସୁଦୀପଙ୍କୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି । ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସବିଶେଷ ବିବରଣୀ ମିଳିପାରି ନାହିଁ । ତଦନ୍ତ ପରେ ଡିପିଏମଙ୍କ କେତେ ସମ୍ପତ୍ତି ରହିଛି ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।